STORYMIRROR

Sanjukta Padhi

Classics

4  

Sanjukta Padhi

Classics

ଜୀବନ ଯୁଦ୍ଧରେ

ଜୀବନ ଯୁଦ୍ଧରେ

1 min
193


ଲଢ଼ିବାକୁ ହୁଏ

 ଏକା ଏକା,

କହନ୍ତି ସଭିଏଁ

 ଆମେ ଅଛୁ ତୋର

କରି ଚାଲ୍ ତୁ

 ଯାହା କରିବାକୁ ଚାହୁଁ ।

କେହି ନାହିଁ କାହାର

 ସାହାରା ଦିଅନ୍ତି ସତ

ହଜି ଯାଆନ୍ତି ତ

 ସଂଘର୍ଷ ର ବେଳେ

ଆଦିମ କାଳରୁ

 ଚାଲିଛି ଏ ରୀତି

ନିଜ ଛାଇ ଏକା

ନୁହେଁ ନିଜ ସାଥୀ

ଅନ୍ଧାର ଆସିଲେ ମାଡି

 ସିଏ ବି ଯାଏ ଛାଡି

ଛାଇ ଯଦି ଦିଏ ଠକି

 ଆଉ କେ ରହିବ ବାକି

ସ୍ଵାର୍ଥପର ଏଇ ଦେଖ

 ମଣିଷର ନାହିଁ ଵିଵେକ

ମାନବିକ ମୁଲ୍ୟ ବୋଲି

 ତୁଚ୍ଛ ଡିଣ୍ଡିମି ଖାଲି

ଶ୍ରେଷ୍ଠ ଜନ୍ମ ବୋଲି ସିଏ

 ସବୁଠି ସମ୍ମାନ ପାଏ

ପରଶ୍ରିକାତର ହୋଇ

 ଲାଞ୍ଛନା ପାଇଥାଏ

ବହୁରୂପୀ ରୂପ ରଙ୍ଗ

ଅଜବ ତା ଅଙ୍ଗ ଢଙ୍ଗ

ଭଲ ଜନମ ଟେ ପାଇ

ଯଦି କାହାର ନୁହଇ

ସ୍ନେହ କରୁଣାର

 ମମତା ବନ୍ଧନରେ

ବାନ୍ଧି ହୋଇ ରହେ

କାର୍ଯ୍ୟ ହାସଲ ବେଳେ

ସବୁ ସମ୍ପର୍କକୁ

ଅନାୟାସରେ

ଭୁଲିଯାଇ ଥାଏ

ଏକା ଏକା

ଲଢ଼ିବାକୁ ହୁଏ ଏଠି

ଖୋଲିବାକୁ ହୁଏ

ସମ୍ପୁର୍ଣ୍ଣ ସମ୍ପର୍କର

ପୂର୍ଣ୍ଣ ଚାବିକାଠି

ବଞ୍ଚିବାକୁ ହୁଏ

ମିଛ ମୋହରେ

ଜୀବନ ଗଲାପରେ

ଦେହ ବି ତ୍ୟାଗ କରେ

ଧୂଳିକଣା ହୋଇ

ଧରଣୀ ଦେହରେ

ଯେଉଁ ଆନନ୍ଦ ଥାଏ

ନ ଥାଏ ସତରେ

ଆଉ କେଉଁ ସ୍ଥାନରେ ।

ସବୁ ମୋର ମୋର

ବୋଲ ଟିକୁ ଛାଡ

ଆତ୍ମା ପୁରୁଷ କୁ

ଚିହ୍ନିବାକୁ ଚେଷ୍ଟା କର

ଆରେ ବାଇଧର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics