STORYMIRROR

Sanjukta Padhi

Abstract

3  

Sanjukta Padhi

Abstract

ଅନ୍ୱେଷଣ

ଅନ୍ୱେଷଣ

1 min
235

ସାରା ରାତି ଜହ୍ନ ଆଲୁଅରେ

ଖୋଜିଛି ମୁଁ ତୁମ ଠିକଣା

ଦିନରେ ଖରା ତମେ

ରାତିର ଜୋଛନା

ସବୁ ଅନ୍ତରେ ତୁମ

ଉପସ୍ଥିତିର ମୂର୍ଚ୍ଛନା

ଆଲୁଅ ଅସମ୍ଭବ ତୁମ ବିନା

ମୁଁ ଏବେ ବି ନୁହେଁ ଆନମନା

କଷଣ ନିର୍ଯାତନାର ବଳୟରେ

ଖଣ୍ଡିଉଡାର ପ୍ରୟାସ

ଯାତନାକୁ ଯତ୍ନ କରି

ଲୁଚିଯିବି ଉହାଡରେ 

ତିଳେ ନାହିଁ ଶୋଚନା 

ସକାଳୁ ଖୋଜେ ତୁମକୁ

ଏଇ ଫେସବୁକ ଭିତରେ

ସନ୍ଧ୍ୟାରେ ୱ।ଟସପ୍ ରେ

ରାତି ତମାମ୍ ସୂକ୍ଷ୍ମ ମସ୍ତିଷ୍କରେ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract