STORYMIRROR

Puspanjali Panda

Abstract

4  

Puspanjali Panda

Abstract

ଯାତ୍ରା

ଯାତ୍ରା

1 min
329


ଯାତ୍ରା ଏହି ଦୁନିଆରେ

ସମୟ ପଶା ପାଲିରେ

ଅଭିନୟ କରୁଥାଏ

ଆୟୁଷ ଯା ସରୁ ଥାଏ।


ବେଳକାଳ ସରିଗଲେ

ମୁହଁ ରୁ ରଙ୍ଗ ଛାଡିଲେ

ଲୋଭ ମୋହ ମାୟା ତୁଟେ

ସହଯାତ୍ରୀ ବାଟ କାଟେ।


ଅଳୀକ ଅସାର ଯାତ୍ରା

ନିଜେ ସାଜେ ନିଜ କର୍ତା

ଅଭିନୟ କରୁଥାଏ

ଚରିତ୍ର ରେ ମଜ୍ଜିରହେ।


ଏଵେର ସମୟ ଆଉ

ଆର ଘଡିକି ନଥାଉ

ଅବୁଝା ମଧ୍ୟାନ୍ତର ରେ

କେହି ନଥିବେ ପାଖରେ।


ରାତି ପରେ ସକାଳ ର

ନୂଆ ତେଜ କିରଣ ର

ଯାତ୍ରା ପରେ ଅଭିନେତା

ଦେଖେ ସତ ବାସ୍ତବତା।


ରଙ୍ଗମଞ୍ଚ ଏ ଦୁନିଆଁ 

ଅଭିନୟ ଦି ଦିନିଆଁ

ସରିଲେ ଫେରନ୍ତି ଘରେ

ଶେଷ ଯାତ୍ରା ମଶାଣୀ ରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract