STORYMIRROR

Puspanjali Panda

Abstract

3  

Puspanjali Panda

Abstract

ସ୍ୱପ୍ନ

ସ୍ୱପ୍ନ

1 min
147

ମୋ ଆଖିରେ ସେ ସ୍ୱପ୍ନ କାହିଁ ଯେ

ତୁମକୁ ଦେଖାଇବାକୁ

ସୁଖ ପାଳିବାକୁ କହିବି!!


କେବଳ ଅସମାପ୍ତ ବିନିଦ୍ର ରଜନୀର

ଓସାରିଆ ରାସ୍ତା।

ନିଦ କାହିଁ ଯେ ଶୋଇଶୋଇ

ସ୍ୱପ୍ନ ଦେଖିବି ତମକୁ ନେଇ।।

କେବଳ ବେରଙ୍ଗ ବେଢଙ୍ଗ 

ସ୍ଵପ୍ନ ପରିକା ଜୀବନ 

ପାଣି ଫୋଟକାର ଆୟୁଷରେ

କି ବା ସ୍ୱପ୍ନ

କିବା ବାସ୍ତବତା...!!

କେବେଠୁ ସ୍ୱପ୍ନାବିଷ୍ଟ ନିଶୀଥରେ

ଭିତରେ ଭିତରେ

ମରିମରି ବଞ୍ଚିଵା କଥା।।

କେବେ ଦେଖିଥିବା ଡାଳ ମାଙ୍କୁଡିର ସ୍ୱପ୍ନ

ସତ ବେଳକୁ ଗଛ ବୃଛ ପଦା

କେବେ ହାତରେ ହାତ ଛନ୍ଦି

ସାଥୀ ହୋଇ ଚାଲିବାର ସ୍ଵପ୍ନ ବେଳକୁ

ଅଚଳ ଗୋଡ଼ରେ ଟିକିଏ ବଳ ନାହିଁ।।

ଶେଷ ସ୍ୱପ୍ନ ଦେଖିବାରେ

ଅନିଛାରେ 

ଯିବାକୁ ହୁଏ

ସ୍ୱପ୍ନ ସବୁକୁ ଏଇଠି ଛାଡି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract