କାଳିମାହାରିଣୀ ମାତା ମହାକାଳୀ
କାଳିମାହାରିଣୀ ମାତା ମହାକାଳୀ


ଜୟ ମା କାଳୀ ଖର୍ପଣ ଧାରିଣୀ ଜଗତର କାଳିମା
ବିନାଶିନୀ ମାତେ ପ୍ରଣାମ ଘେନ ଆମର ହେ
କାତ୍ୟାୟିନୀ l
ଯୁଗ ଯୁଗାନ୍ତରେ ସମସ୍ତ ବିଶ୍ୱ ବାସୀଙ୍କ କଲ୍ମଷ
କରି ବହନ ନିଜ ଅନ୍ତରେ ଭୋ ମାତେ ସାଜିଛ
ପୁଣ୍ୟ ପ୍ରଦାୟିନୀ l
ଜଡ଼ ବାଦୀ ଦୁନିଆରେ ସମସ୍ତ ଜଡ଼ ଵସ୍ତୁରେ
ବିରାଜ ମାନ ତୁମେ ସଦା l
ନବହି ମନେ ଖେଦ ରକ୍ଷା କବଚ ସୂତ୍ରେ ବାନ୍ଧି
ରଖିଛ ତଵ ସନ୍ତାନେ ହେ ବରଦା l
ନକରାତ୍ମକ ଦୁର୍ଗୁଣ ବିଷୟବାସୀଙ୍କ ଦେଇଛ
ବୋଳି ମାତେ ତଵ ଗାତ୍ରେ l
ପରିବର୍ତ୍ତେ ପରିପୂର୍ଣ୍ଣ କରି ସେମାନଙ୍କ ମାନସେ
ସକାରାତ୍ମକ ସୁଗୁଣ ଅବିରତେ l
ଆଦିମାତା ତୁମେ ମାତ ଶଙ୍କର ଘରଣୀ ସଦା
ପତିବ୍ରତା ସୁମାତା ବିଶ୍ୱ ବନ୍ଦିତା l
ଅବିର୍ଭୁତ ହୁଅ ତୁମେ ପ୍ରତି ସମ୍ବତ୍ସରେ ଦର୍ଶାଇ
ଜନମୁକ୍ତି ପ୍ରଦାୟୀ ତଵ ବ
ାତ୍ସଲ୍ୟ ମମତା l
ମୁଣ୍ମୟ ବିଗ୍ରହେ ହୋଇ ପ୍ରବିଷ୍ଟ ଧରାଧାମେ
ଆଶୀଷ ଢାଳି ଚାଲିଛ ତଵ ସନ୍ତାନଶିରେ l
ଚଳିତ ଶତାବ୍ଦୀର କାୟ ମନ ସଙ୍କଟ କର
ହରଣ ମାତେ କରୁଛୁ ପ୍ରଣାମ ତଵ ପୟରେ l
ଏକ ବିଂଶ ଶତାବ୍ଦୀର ଜନଗଣ ଆଜି ସନ୍ଦିଗ୍ଧ
ଏକ ଶାନ୍ତି ପୂର୍ଣ୍ଣ ରାଜକତା ଅନ୍ୱେଷଣେ l
ନମିଳେ ପ୍ରକୃଷ୍ଟ ପ୍ରେରଣାର ଉତ୍ସ ଆଜି ଏଇ
ଅର୍ଥ ସର୍ବସ୍ବ ଧରା ଭୂମେ ଚିର ଶାନ୍ତି ସ୍ଥାପନେ l
କରୁଛୁ ସଭିଏଁ ପ୍ରାର୍ଥନା ତଵ ଶ୍ରୀ ଚରଣ ତଳେ
କୃପା ବାରି ଢାଳି ଦିଅ ମାତେ ଆର୍ଯ୍ୟ ଦେଶେ l
ପୁନରୁଦ୍ଧାର ପୂର୍ବକ ଅତୀତ ଗୌରବ ଭାରତର
କର ସାର୍ଥକ ନାମ ସଜାଇ ବିଶ୍ୱଗୁରୁ ରୂପେ l