ରହିବନି ମୋର ବ୍ୟଥା
ରହିବନି ମୋର ବ୍ୟଥା


ମରଣକୁ ଆଉ ନାହିଁ ଡର ମତେ
ମଶାଣୀ ଡାକୁଛି ଆ'
ଟାଣ ଭାଙ୍ଗିଦେଲେ ପ୍ରକୃତିଗଣ ମୋ
ବଳ ନାହିଁ ହେବି ଠିଆ ।
ନାହିଁ ଶକ୍ତି ମୋର ନାହିଁ ବି ସାମର୍ଥ୍ଯ
ରହିଯିବି ହୋଇ ଅଧା
ଶୂନ୍ୟରେ ରହିବି କେତେଦିନ ଆଉ
ପିଟିପିଟି ମୋର ମଥା ।
ଅପେକ୍ଷାର କିଛି ମୂଲ୍ୟନାହିଁ ମୋର
ହୋଉଛି ମୁଁ ହଟହଟା
ଅନ୍ତିମ ସ୍ପର୍ଶଟେ କରିଦେବ ଯଦି
ରହିବନି ମୋର ବ୍ୟଥା ।