ହେ ବନ୍ଧୁ
ହେ ବନ୍ଧୁ
ଧନର ବା କି ଲୋଡା
ଯଦି ଭୋଗିବାକୁ କେ ନାହିଁ
ଜୀବନର ବା କି ମୂଲ୍ୟ
ଯଦି ବନ୍ଧୁଟିଏ ନାହିଁ
ବନ୍ଧୁ ପରି ବନ୍ଧୁ ପାଇଲେ
ଜୀବନ ହୁଏ ସାର୍ଥକ
ଚଲାପଥକୁ କରିବାକୁ ସୁଗମ
ବନ୍ଧୁର ମୂଲ୍ୟ ଯେ ମହାନ
ନିଖିଳ ଜଗତେ ସୁ-ବନ୍ଧୁ ପାଇବା
ପୂର୍ବ ଜନ୍ମ ଫଳ ସିନା
ବିଶ୍ୱ ନିୟନ୍ତାଙ୍କ ଶୁଭାଶିଷ ସେ
ତାଙ୍କରି ଦୟାର ଦାନ
ହେ ବନ୍ଧୁ !
ତୁମେ ସେହି ପୁନେଇଁ ଜହ୍ନ ପରି
କିଛି କ୍ଷଣ ପାଇଁ ଆସେ
ଆଉ ଯଦି ଦୁରେଇ ଯାଏ
ତେବେ ଘୋର ଅନ୍ଧକାର
ଜହ୍ନର ମୂଲ୍ୟ ତ
ଅମାବାସ୍ୟାରେ ହିଁ ଜଣାଯାଏ
ତୁମେ ଠିକ୍ ଈନ୍ଦ୍ରଧନୁ ପରି
ଆକାଶକୁ କରେ ରଙ୍ଗାୟିତ
କିନ୍ତୁ ବାସ୍ କିଛି ସମୟପାଇଁ
ଆକାଶ ପାଖରେ ଥିଲେ
ପାଂଚ ବର୍ଷ ଗଲା ପାଂଚ ଘଡି ପରି
ଏବେ ସେ ଖୋଜିଲେ ମିଳେନା
ଫେରି ଆସନ୍ତାନି ମୋର ସେହିଦିନ
ପ୍ରତି ମୂହୁର୍ତ୍ତକୁ ସାଉଁଟନ୍ତି
ସାଇତି ରଖନ୍ତି ସୃଜନୀ ପୃଷ୍ଠାରେ
ଅଭୁଲା ସୁବର୍ଣ୍ଣ ସ୍ୱାକ୍ଷର ।