STORYMIRROR

Ashutosh Swain

Classics Fantasy Inspirational

3  

Ashutosh Swain

Classics Fantasy Inspirational

ହେ ବନ୍ଧୁ

ହେ ବନ୍ଧୁ

1 min
513

ଧନର ବା କି ଲୋଡା

ଯଦି ଭୋଗିବାକୁ କେ ନାହିଁ

ଜୀବନର ବା କି ମୂଲ୍ୟ

ଯଦି ବନ୍ଧୁଟିଏ ନାହିଁ

ବନ୍ଧୁ ପରି ବନ୍ଧୁ ପାଇଲେ

ଜୀବନ ହୁଏ ସାର୍ଥକ

ଚଲାପଥକୁ କରିବାକୁ ସୁଗମ

ବନ୍ଧୁର ମୂଲ୍ୟ ଯେ ମହାନ

ନିଖିଳ ଜଗତେ ସୁ-ବନ୍ଧୁ ପାଇବା

ପୂର୍ବ ଜନ୍ମ ଫଳ ସିନା

ବିଶ୍ୱ ନିୟନ୍ତାଙ୍କ ଶୁଭାଶିଷ ସେ 

ତାଙ୍କରି ଦୟାର ଦାନ

ହେ ବନ୍ଧୁ !

ତୁମେ ସେହି ପୁନେଇଁ ଜହ୍ନ ପରି

କିଛି କ୍ଷଣ ପାଇଁ ଆସେ

ଆଉ ଯଦି ଦୁରେଇ ଯାଏ

ତେବେ ଘୋର ଅନ୍ଧକାର

ଜହ୍ନର ମୂଲ୍ୟ ତ

ଅମାବାସ୍ୟାରେ ହିଁ ଜଣାଯାଏ

ତୁମେ ଠିକ୍ ଈନ୍ଦ୍ରଧନୁ ପରି

ଆକାଶକୁ କରେ ରଙ୍ଗାୟିତ

କିନ୍ତୁ ବାସ୍ କିଛି ସମୟପାଇଁ

ଆକାଶ ପାଖରେ ଥିଲେ

ପାଂଚ ବର୍ଷ ଗଲା ପାଂଚ ଘଡି ପରି

ଏବେ ସେ ଖୋଜିଲେ ମିଳେନା

ଫେରି ଆସନ୍ତାନି ମୋର ସେହିଦିନ

ପ୍ରତି ମୂହୁର୍ତ୍ତକୁ ସାଉଁଟନ୍ତି

ସାଇତି ରଖନ୍ତି ସୃଜନୀ ପୃଷ୍ଠାରେ

ଅଭୁଲା ସୁବର୍ଣ୍ଣ ସ୍ୱାକ୍ଷର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics