ଦୋସ୍ତ
ଦୋସ୍ତ
ଦୋସ୍ତ
ଦୋଷକୁ ଯିଏ ଅସ୍ତକରେ ସେହେଉଛି ଦୋସ୍ତ
ବନ୍ଧୁ ସଖା ବା ପରମ ମିତ୍ର ଯାହା ବି ନାଁ ହେଉ
ମୂଲ୍ୟ ତ ଭାବନାର ଥାଏ
ଭାବନା ତ ସଂପର୍କରୁ ଆସେ
ଦୁନିଆଁର ସବୁ ସଂପର୍କଠୁ ବିରଳ
ସବୁ ସୂତାଠୁ ମଜବୁତ୍
ଯେଉଁଠି ନଥାଏ ପାରଂପରିକ ଢଙ୍ଗରଙ୍ଗ
ଥାଏ ତ କେବଳ ନିବିଡତା
ପୁଣି ଲୁଚିରହିଥିବା ଭାବନା
କାନ୍ଧରେ ଥାଏ ସେହି ସାଙ୍ଗର ହାତ
ପଛକୁ ଦେଖିଲେ ତା ମୂହଁ ହିଁ ଦେଖାଯାଏ
ତେବେ ସୃଷ୍ଟିହୁଏ ସାହସ ଆଉ ଉଦ୍ଦିପନା
ଇନ୍ଧନ ଯୋଗାଏ ଜୀବନ ଯାତ୍ରାକୁ
ଖୁସିରେ ହୁଏ ପୁଲକିତ
ଦୁଃଖରେ ପ୍ରେରଣାର ଉତ୍ସ ॥
✍ଆଶୁତୋଷ ସ୍ୱାଇଁ
