STORYMIRROR

Ashutosh Swain

Abstract Classics Inspirational

4  

Ashutosh Swain

Abstract Classics Inspirational

ଦୋସ୍ତ

ଦୋସ୍ତ

1 min
67

ଦୋସ୍ତ 

ଦୋଷକୁ ଯିଏ ଅସ୍ତକରେ ସେହେଉଛି ଦୋସ୍ତ

ବନ୍ଧୁ ସଖା ବା ପରମ ମିତ୍ର ଯାହା ବି ନାଁ ହେଉ

ମୂଲ୍ୟ ତ ଭାବନାର ଥାଏ

ଭାବନା ତ ସଂପର୍କରୁ ଆସେ

ଦୁନିଆଁର ସବୁ ସଂପର୍କଠୁ ବିରଳ 

ସବୁ ସୂତାଠୁ ମଜବୁତ୍

ଯେଉଁଠି ନଥାଏ ପାରଂପରିକ ଢଙ୍ଗରଙ୍ଗ

ଥାଏ ତ କେବଳ ନିବିଡତା

ପୁଣି ଲୁଚିରହିଥିବା ଭାବନା

କାନ୍ଧରେ ଥାଏ ସେହି ସାଙ୍ଗର ହାତ

ପଛକୁ ଦେଖିଲେ ତା ମୂହଁ ହିଁ ଦେଖାଯାଏ

ତେବେ ସୃଷ୍ଟିହୁଏ ସାହସ ଆଉ ଉଦ୍ଦିପନା 

ଇନ୍ଧନ ଯୋଗାଏ ଜୀବନ ଯାତ୍ରାକୁ

ଖୁସିରେ ହୁଏ ପୁଲକିତ

ଦୁଃଖରେ ପ୍ରେରଣାର ଉତ୍ସ ॥

✍ଆଶୁତୋଷ ସ୍ୱାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract