STORYMIRROR

Ashutosh Swain

Classics

3  

Ashutosh Swain

Classics

ମୁଁ ଥିଲି

ମୁଁ ଥିଲି

1 min
510

ମୁଁ ଥିଲି ବୋଲି ସିନା ଜଂଜାଳ କରୁଥିଲି

ଜଂଜାଳ କାଳହେବ ବୋଲି ଜାଣିନଥିଲି

ମୁଁ ଦୁର୍ବଳତା ନୁହେଁ ମଜବୁରି ବୋଲି ଜାଣିନଥିଲି

କାରଣ ମଜବୁରିରୁ ମୁକୁଳି ହୁଏ

ଦୁର୍ବଳତାରୁ ମୁକୁଳିବା ସିନା କଷ୍ଟକର 

ଥିଲିବୋଲି ସିନା ବାନ୍ଧି ରଖିଥିଲି

ଏବେ ମଜବୁରି ବି ନାହିଁ ବୋଧେ

କିନ୍ତୁ ବଂଚିରହିଛି ସେ ସ୍ମୃତି

ଜୀବନ୍ତ ରହିଛି ସେ ଅତୀତ

ଜାବୁଡି ଧରିଛି ଅତୀତ ସ୍ମୃତିକୁ

ବଦଳି ଯାଇଛି ସମୟ 

ବଦଳି ଯାଇଛି ମଣିଷ

ବାଧ୍ୟବାଧକତାରେ ସଂପର୍କର ମୂଳଦୁଆ 

ରାଜା ବିନା ରାଜ୍ୟପରି

ସଂପର୍କ ତ ଭରସା ଆଉ ଭଲପାଇବା

ରହିବି କି ନାହିଁ ଜଣାନାହିଁ କିନ୍ତୁ ମୁଁ ଥିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics