STORYMIRROR

Ashutosh Swain

Inspirational Others Children

4  

Ashutosh Swain

Inspirational Others Children

ବନ୍ଧୁ

ବନ୍ଧୁ

1 min
599

ପଚାରିଲା ବନ୍ଧୁର ସଂଜ୍ଞା କଣ?

କହିଲି,

ବନ୍ଧୁ ର ପରିଚୟ ନଥାଏ

ନଥାଏ ପ୍ରମାଣ ପତ୍ର

ବନ୍ଧୁ ତ ଏକ ଅନୁଭବ 

ପୁଣି ଏକ ମିଳନର ପର୍ବ

ବର୍ଷାହେଲେ ପରସ୍ପର ର ଛତା ହୋଇଯିବା

ଖରାରେ ଦୁହେଁ ଦୁହିଁଙ୍କ ଛାଇ ପାଲଟିବା

ବିପଦ ସମୟରେ ସମାଧାନ ହୋଇଯିବା

କିନ୍ତୁ ସେ ସୌଭାଗ୍ୟ ସଭିଙ୍କୁ ମିଳେନା

ତେଣୁ ବନ୍ଧୁ ପରିପୂର୍ଣ୍ଣତାର ଏକ ସଂକେତ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational