STORYMIRROR

Ashutosh Swain

Abstract Romance Inspirational

3  

Ashutosh Swain

Abstract Romance Inspirational

ଭିଜା ଫଗୁଣ

ଭିଜା ଫଗୁଣ

1 min
413

ଶରୀର ରେ ଉଦ୍ୱେଳିତ ହୁଏ ବଉଳର ବାସ

କୋକିଳର କୁହୁ ତାନ ରୋମାଂଚ କରେ

ସମୀର ସୁବର୍ଣ୍ଣପସରା ମେଲି ଉତ୍ତାଳ ତରଙ୍ଗ ସୃଷ୍ଟିକରେ

ପହିଲି ବର୍ଷାରେ ମାଟିର ବାସ୍ନା ବିଚଳିତ କରେ

ସେଥିପାଇଁ ତ ମାଟିକୁ ଭଲପାଏ

ଭଲ ଲାଗେ ବୋଲି ଝରକା ଖୋଲି ବର୍ଷାକୁ ଦେଖେ

ଭିଜାଫଗୁଣକୁ ଚାହିଁଥାନ୍ତି ଲତା ଗୁଳ୍ମ 

ସବୁଜ ବନାନୀ ଖେଳିଯାଏ

ମାଟିର ଓଃ ଶବ୍ଦ କାନରେ ଯେମିତି ବାଜୁଥାଏ

ତତଲା ଭୂଇଁରୁ ଧୁଆଁ ବାହାରୁଥାଏ

ପ୍ରଜାପତିର ଦୋଳାୟମାନ କ୍ରିଡା ଉଦ୍ଦାମ ସୃଷ୍ଟିକରେ

ନାଚିବାକୁ ଇଛାହୁଏ 

ଭିଜାଫଗୁଣର ଅଦିନିଆ ବର୍ଷାରେ ଭିଜି

ପ୍ରୀତିର ସଂଚାର ହୁଏ

ଆତ୍ମା କୋଣୁ ଆବେଗ ସୃଷ୍ଟି ହୁଏ

ନିର୍ଜନ ଶିଳାପରେ ବସି କବିତା ଲେଖେ

ମନର ଭାବକୁ ଭାଷାଦିଏ

ତା ଛଡା ଆଉ କିଛି ବାଟନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract