ପାଚିଲା ପତ୍ର
ପାଚିଲା ପତ୍ର
1 min
368
ପତ୍ର ପରିପକ୍ୱ ହେଇଗଲେ
ଗଛର ଅଦରକାରୀ ହୋଇଯାଏ
ଗଛ ଆଉ ବୋହିପାରେନି ତା ବୋଝ
ବିଚରା ପତ୍ରକୁ ଖସେଇଦିଏ
ନିଜ ଭାଗ୍ୟ ଆଦରି
ଭୂ-ପତିତ ହୋଇଯାଏ
କଅଁଳିବା ବେଳେ ଜାଣିନଥିଲା
ଗଛ ବଢିବା ଲାଗି ତାକୁ
ଗଛଠୁ ଛେଦି ହେବାକୁ ପଡିବ
ତାର ବି ଆଉ ସାମର୍ଥ୍ୟ କାହିଁ
ନୂଆ ଜୀବନ ପାଇବ
ଅପେକ୍ଷା କରି ରହିବ
ସେ ସମୟକୁ
ସେ ଅଣୁଜୀବମାନଙ୍କୁ
ତାକୁ ଅପଘଟନ କରିବାକୁ
ମାଟି ଏମିତି ବିଷାକ୍ତ ଯେ
ଅଣୁଜୀବ ବି ମିଳୁନଥିବେ
ତା ତରୁ ଠୁ ବିଛେଦର
ବିରହରୁ ମୁକ୍ତି ଦେବାକୁ
ପଡି ରହିଥିବ ଭାଗ୍ୟ ଆଦରି..॥
