STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କି ଯାଦୁ କରିଛୁ ମା ଲୋ

କି ଯାଦୁ କରିଛୁ ମା ଲୋ

1 min
156


କୁଆଁର ପୁନେଇଁ ଗଜଲକ୍ଷ୍ମୀ ପୂଜା

   ଆଶ୍ୱିନ ମାସ ଏ ପରା

ହାତ ଠାରି ଡାକେ କ୍ଷୀରାବ୍ଧି ତନୟା 

   ପୂଜିବେ ଭକ୍ତିରେ ସାରା !!


ନାହିଁ ଗତି କାର ତୋ ବିନୁ ଜନନୀ

   ଧନଦାତ୍ରୀ ଅଟୁ ମାଆ 

ଧନର ପାଇଁରେ ଜଗତ ପାଗଳ

   ବହୁଛି ଭକ୍ତିର ବାଆ !!


ତୋର ଭକ୍ତି ପଦେ ଯେପରି ଯାହର

   ପଡ଼ି ବାଢ଼ି ଦେଉ ତାରେ

ଭକ୍ତି ନାହିଁ ଯାର ଚରଣେ ତୋହରି 

   ଦାରିଦ୍ର୍ୟ ଅବସ୍ଥା ଧରେ !!


ଧାଇଁ ସେ ଆସନ୍ତି ଭକ୍ତି ଓ ଶ୍ରଦ୍ଧାରେ

   ଗୁହାରି କରନ୍ତି ପଦେ,

ଲକ୍ଷ୍ମୀପୂର୍ଣ୍ଣା କର ଗୃହ ହେ ତାଙ୍କର 

   ମା ସାହା ହୁଅ ବିପଦେ !!


ଉଦ୍ଧାର କରିଛୁ ଦୁଃଖ ଓ ବିପଦେ 

    ଦେଇଛୁ ଶିକ୍ଷା ଆମକୁ 

ଆଶା ଓ ବିଶ୍ବାସ ଲକ୍ଷ୍ମୀ ଠାକୁରାଣୀ 

    ନଜର ଦେବୁ ଗାଆଁକୁ !!


ସବୁ ଅସମ୍ଭବ ସମ୍ଭବ କରୁ ଲୋ

   ଅଟୁ ବିଷ୍ଣୁ ପାଟ ରାଣୀ 

ଚରାଚର ବିଶ୍ୱ ପାଳୁଛୁ ତୁହିଲୋ 

   ମହିମା କିଏ ତୋ ଜାଣି !!


ସବୁତ ତୋହର ନୁହେଁ ମୋର କିଛି

   ନୈବେଦ୍ୟ ଟା ଭକ୍ତି ମୋର 

ଭକ୍ତି ପ୍ରୀତି ଦେଇ ପୂଜିବି ମା ତୋତେ 

   ପଦରେ ଭରସା ତୋର !!


ଗାଆଁମାଟି ମୋର ଧନ୍ୟଯେ ହୋଇଛି

   ପୂଜନ ଯୋଗୁଁ ତୋହର 

ଉନ୍ନତିର ପଥ ଦେଇଛୁ ଲୋକଙ୍କୁ

    ନାହିଁ ଅଭାବ ଟି କାର !!


କର ଶୁଭାଶିଷ ଜଗତ ଜନନୀ 

   ବଢୁ ପ୍ରେମ ଶ୍ରଦ୍ଧା ଭକ୍ତି 

ଏକତ୍ରିତ କରି ରଖିବୁ ଗାଆଁ କୁ 

   ତହିଁରେ ପାଇବୁ କୀର୍ତ୍ତି !!


ନଜର ରଖିବୁ ସର୍ବଦା ଜନନୀ 

  ଆମ ଗାଆଁ କୁ ଲୋ ତୁହି

ତବ ବିନୁ ଗତି ନାହିଁ ମା ଆମର 

  ଆମେ ଲୋ ଜାଣିଛୁ ଏହି !!


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract