STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ନିଜକୁ ପାଇବି ଖୋଜି

ନିଜକୁ ପାଇବି ଖୋଜି

1 min
163

ମଉଳା ଫୁଲର ମଲା ମହକକୁ

ମୁଠେଇ ଧରିଛି ଆଜି

ଜଳା ଜୁଇ ଧଳା ପାଉଁଶ ତଳୁ କି

ଜୀବନ ପାଇବି ଖୋଜି।


ଝରିନାହିଁ ହେଲେ ଝାଉଁଳି ଦେଖୁଛି

ଝୁଲୁସା ଶାଖାର ଶିଖା

ଶୁଖିଯିବା ପରେ ଡେମ୍ଫଛଡା ଯାଏ

ଜୀବନର ଲେଖାଯୋଖା।


ଅତୀତର ଛାଇ ଝାପସା ଝାପସା

ତଥାପି ରହିଛି ଆଶା 

ଚହଲା ଆଲୁଅ କହିଯାଏ କାନେ

ଆଶ୍ୱାସନା ବୋଳା ଭାଷା।


କାଗଜ ଡଙ୍ଗା ମୋ ଢଳି ଢଳି ଚାଲେ

ବରଷା ଟୋପାକୁ ଡର

ଜୀବନର ପ୍ରତି ମୋଡ଼ ପାରିବାକୁ

ସାହସର ଦରକାର।


ସାହସ ବୋଲି ମୁଁ ସାଇତିଛି ଯାହା

ଡର ପରି ଲାଗେ କେବେ

ଡର ଅଛି ବୋଲି ମରଣ ର ଭୟ

ଜୀବନର ମୋହ ଲାଗେ।


ତଥାପି ରହିଛି କାହିଁ କେତେ

ବାକି ପାଦ ନପାରଇ ଚାଲି

ବାଟ କି ଅଟକେ ବାଟୋଇ ବିଚାରା ଚାଲି ନପାରଇ ବୋଲି।


ନିଜଠୁଁ ନିଜକୁ ମୁକୁଳେଇ ନିଜ

ପରିଚୟ ଖୋଜେ ଆଜି

କାହାରି କଥାରେ କାହାରି

ବ୍ୟଥାରେ ପାଇବି ନିଜକୁ ଖୋଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract