STORYMIRROR

Baikunth Bihari Swain

Abstract

3  

Baikunth Bihari Swain

Abstract

ଦୁର୍ଗତି ନାଶିନୀ

ଦୁର୍ଗତି ନାଶିନୀ

1 min
189

    

          

ଶିରାବଣ ଅନ୍ତେ ଭୋଦୁଆ ହୁଅନ୍ତେ

ନିରିମଳ ଦଶ ଦିଶ।

ଘନ ଦୂର ହେଲା ବଉଦ ଭାସିଲା

ଗଗନ ନୂତନ ବେଶ।

ସ୍ଵଚ୍ଛ ନିରିମଳ ନିର୍ଝରଣୀ ଜଳ

ହସେ କୁମୁଦ କମଳ।

ଗହିରିଆ ଖେତ ଧାନ କେଣ୍ଡା ନତ

ଦିସେ ସବୁଜ ଶ୍ୟାମଳ।

ନଦୀ ପଠା ପୂର୍ଣ୍ଣ କାଶତାଣ୍ଡି ବନ

ମୋହିତ ପଥିକ ଜନ।

କଥା ଦେଇଅଛି ପ୍ରେମିକ ଆସୁଛି

ଦର୍ଶନ ନିମନ୍ତେ ମନ।

ଜହ୍ନି ଫୁଲ ସଙ୍ଗେ ଅଳିପକ ରଙ୍ଗେ

ରଚଇ ବିବିଧ ଖେଳ।

ହମ୍ବା ରଡ଼ି ଦେଇ ଗୋ ଗୋଷ୍ଠେ ଫେରଇ

ବତ୍ସା ଗାଭି ହୋଇ ମେଳ।

ସଞ୍ଜ ଗଲେ ଖସି ଆକାଶେ ପ୍ରକାଶି

ଖିଲି ଖିଲି ହସେ ଶଶି।

ବୃନ୍ଦାବତୀ ମୂଳେ ଦିଅଁ ଦୀପ ଜାଳେ

କୁମାରୀ କନିଆଁ ବସି।

ମା ସିଂହ ବାହିନୀ ଦୁର୍ଗତି ନାଶିନୀ

ଧାରା ପରେ ହେବେ ବିଜେ।

ସୁନ୍ଦର ତ୍ୱରଣ ଦିସେ ଶୋଭାବନ

ପୂଜା ମଣ୍ଡପକୁ ସାଜେ।

ମାତା ଦଶଭୁଜା ପାଉଛନ୍ତି ପୂଜା

ଅଗୁର ଚନ୍ଦନ ବାସେ।

ଘଣ୍ଟ ଘଣ୍ଟା ଶବ୍ଦ ଦୁନ୍ଧୁଭିର ନାଦ

ପୁଷ୍ପ ମଧ୍ୟେ ମୁଖ ଦିସେ।

ପୂରଣ କରିବେ ଆଶିଷ ଢାଳିବେ

ମନୋ କାମନା ତୁମର।

ବିଘ୍ନ ଦୁରହେବ ଦୁର୍ଦ୍ଦଶା ହଟିବ

ହସ୍ତ ଥିବ ମଥାପର।

ଦଶ ଦିନ ଯିବ ବିଦାୟ ହୋଇବ

ମାତା ଯିବେ ପର କରି।

ଗୋଟିଏ ବରସ ଅପେକ୍ଷାରେ ବସ

ଆସିଯିବେ ଦେଵୀ ଫେରି।

କାଶତଣ୍ଡି ଯିବ ବରଷେ ଫେରିବ

ଆସେ ଆଗ ଯିବ ସାଥେ।

ସ୍ଵାଗତ କରଇ ବିଦାୟ ଦିଅଇ

ସହଚରୀ କି ସେ ସତେ!

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract