STORYMIRROR

Baikunth Bihari Swain

Classics

3  

Baikunth Bihari Swain

Classics

ପଖାଳ

ପଖାଳ

1 min
11


ସକାଳ ସଞ୍ଜ କିମ୍ବା ଖରା ବେଳ

               ଲୋଡା ହୋଇଥାଏ ସଦା ପଖାଳ।


କଂସାଏ ପଡ଼ିଲେ ଆମ ପେଟରେ

                 ଶାନ୍ତିରେ ଆସଇ ନିଦ ଖଟରେ।।

ପଖାଳ ସଙ୍ଗେ ବାଇଗଣ ବଡି

                ଭାରି ମଜା ଲାଗେ ଲଙ୍କା କାକୁଡି।


ବାରି ମରଦଙ୍ଗା କୋଶଳା ଖଡା

               ଅବା ଲେଉଟିଆ ସଜନା ଲୋଡା।।

ଛୁଇଁ ଭଜା ସଙ୍ଗେ କଦଳୀ ଭଜା

            ଟମାଟୋ ପୋଡ଼ା ଟା ଲାଗାଇ ମଜା ।


ଧନିଆଁ ଚଟଣୀ ଅବା ପୋଦିନା

                 ଲେମ୍ବୁ ଚିରିଡା କୁ ଟିକିଏ ଅନା।।

ଦହି ଟୋପେ ଲୋଡ଼ା ତୋରାଣି ପାଇଁ

            ପିଇ ଦେଲେ ପେଟେ ନ ଲାଗେ ଝାଇଁ।


ବିନସ ହେଉ କି ମଟର ଛୁଇଁ

              ଆମ୍ବୁଲ ନଥିଲେ ଖାଇବା ନାହିଁ।।

ସବୁଠୁ ଚାହିଦା ଲୁଣର ବେଶି

              ଲୁଣ ଟି ନଥିଲେ ସଭିଏଁ ବାସି।


ଯେଉଁ ଠାରେ ଥାଉ ଆମେ ଓଡ଼ିଆ

               ଯୁଗେ ଯୁଗେ ଆମ ଖାଦ୍ୟ ବଢିଆ।।

              

             

                   

    

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics