STORYMIRROR

Baikunth Bihari Swain

Classics

4  

Baikunth Bihari Swain

Classics

ନବ ଭାବନା

ନବ ଭାବନା

1 min
286


   


ଆହେ ଜଗନ୍ନାଥ ଜଗତର ନାଥ

ଏତିକି କରୁଣା କର।

ଏ ନବ ବରଷେ ସାରା ସଂସାର ରୁ

କରୋନା କୁ କର ଦୂର ।।


 ଦୂର କର ପ୍ରଭୁ ମାନବ ସଂହାର 

ଯୁଦ୍ଧ ବିଭୀଷିକା ଭୟ।

ସାମ୍ରାଜ୍ୟ ବିସ୍ତାର ଅହଙ୍କାର ଛାଡି

ତୁମ୍ଭ ପଦେ ରହୁ ଲୟ ।।


ଲୟ ରହୁ ସଦା ସମାଜ ହିତରେ

ନିଜ ହିତ ପର କରି।

ପର ଆପଣାର ଭେଦାଭେଦ ଭୁଲି

ଭବ ହୋଇଯିବା ପାରି ।।


ପାରି ହୋଇଯିବା ସଂସାର ବାରିଧି

ହିଂସା ଦ୍ୱେଷ କରି ତ୍ୟାଗ।

ଅହିଂସାର ମନ୍ତ୍ର ସର୍ବତ୍ର ଫୁଙ୍କିବା

ହଟାଇବା ହିଂସା ରାଗ ।।


ରାଗ ହିଂସା ଆମେ ଦୂର କରିଦେବା

ହାତରେ ହାତ ମିଳାଇ ।

ସ୍ୱଚ୍ଛତା ଆଣିବା ଭାରତ ବର୍ଷରେ

କଳୁଷ ଦେବା ଦୂରେଇ ।।


ଦୂରେଇ କଳୁଷ ସମାଜରେ ଆମେ

ସମାନତା ବାଣ୍ଟି ଦେବା।

ପରିବେଶ ଆମ୍ଭ ସନ୍ତୁଳିତ ହେବ

ବୃକ୍ଷ ରୋପଣ କରିବା।


କରିବା ରୋପଣ ମାନବର ଧର୍ମ

ସର୍ବତ୍ର ସର୍ବ ହୃଦୟ।

ଏସବୁ ଭାବନା ଅନ୍ତରରେ ଧର

"ଜଗା ' ହୋଇବେ ସଦୟ।।

         

  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics