STORYMIRROR

Baikunth Bihari Swain

Classics

3  

Baikunth Bihari Swain

Classics

କାଇଁଚ ମାଳା,

କାଇଁଚ ମାଳା,

1 min
152


କଳା କାହ୍ନୁ କଇଁଛ ମାଳା 

ତୋତେ ଦେଖି ଭକ୍ତ ହୁଏ ବାଉଳା।


ତୋ ରୂପ ଦର୍ଶନ କୋଟି ପୁଣ୍ୟ ଲାଭ

ସାଥେ ତୋ କରନ୍ତି ଭକତ ଖେଳା।।

କଳା କାହ୍ନୁ କଇଁଛ।


ତୋ ସାଥେ ଖେଳିଲେ ସୁଦାମ ଭକ୍ତ

ଖୁଦ ଭଜା ଦେଇ କଲେ ମୋହିତ।


ଦାରିଦ୍ର୍ୟତା ଦୂର କରି ଥିଲୁ ତୁହି

ତା' ଘରେ ପଠାଇ ଦେବୀ କମଳା।

କଳା କାହ୍ନୁ କଇଁଛ ।


ବିପଦେ ପଡ଼ିଣ ଭରତୀୟା ପକ୍ଷୀ

ଡାକିଥିଲେ ତୋତେ ହୋଇଣ କାକୁତି।


ଘଣ୍ଟ ଘୋଡାଇଣ ରଖିଲୁ ତା' କୁଳ 

ବିପଦୁ ତାରିଲୁ ନ କରି ହେଳା।

କଳା କାହ୍ନୁ କଇଁଛ ।


ଇନ୍ଦ୍ର କୋପେ ପଡ଼ିଥିଲେ ଗୋପ ବସୀ

ଫେରାଦ କରିଲେ ତୋ ପାସରେ ଆସି।


ଗିରି ଗୋବର୍ଦ୍ଧନ ବାମକରେ ଟେକି

ଭରସା ହେଲୁରେ ନନ୍ଦର ବଳା।


କଳା କାହ୍ନୁ କଇଁଛ ମାଳା 

ତୋତେ ଦେଖି ଭକ୍ତ ହୁଏ ବାଉଳା।।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics