ସମୟ
ସମୟ
ଡ. ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ
ମୁହୂର୍ତ୍ତର ଏପଟ ଏବଂ ସେପଟ ମଧ୍ୟରେ
ଏକ ସୂକ୍ଷ୍ମ ପ୍ରାଚୀର,
ମନେ ହୁଏ...
ସତେଯେମିତି ଛିଡ଼ା ହୋଇ ସବୁ ଦେଖୁଚି ,
ସାଉଁଟି ନେଉଛି
ଇତିହାସର ସବୁ ପୃଷ୍ଠାକୁ...
ନିଜ ଆଖିର ଜବ କାଚରେ,
ପୁଣି ସଜାଗ
ଭବିଷ୍ୟତର ଉନ୍ମୋଚନ ପାଇଁ
ଆଉ,
ଦୂର ଦିଗବଳୟରୁ ମୃଦୁ ମଳୟରେ ଭାସି ଆସେ...
ମୁଁ ତ ସମୟ
ମୁଁ ତ ସମୟ
ଥରେ ଚାଲି ଗଲା ପରେ
ଆଉ ସେ ଫେରେନା,
ଆଖିରେ ଆସନ୍ତାକାଲିକୁ ଦେଖିବାର ଇଚ୍ଛା...
ଲେସି ହୋଇଯାଏ
ଘଟଣା-ଦୁର୍ଘଟଣାର ଇନ୍ଦ୍ରଧନୁ ଛାଇ,
ଗତକାଲିମାନଙ୍କର କାନ୍ଥରେ
ସେମାନଙ୍କୁ ଦେଖିଲେ
ଆଖିମାନେ ଲୁହମାନଙ୍କୁ
ରୋକିବାକୁ ଚେଷ୍ଟାକରନ୍ତି,
ମନରେ ଉଙ୍କିମାରେ
ସହସ୍ର ସହସ୍ର ଶକ୍ତିର ସତ୍ତା,
ଅନୁଭବ ହୁଏ
ଚାଲି ଗଲେବି ଦେଇଯାଏ ବଞ୍ଚିବାର ରାହା,
ମୁହୂର୍ତ୍ତମାନଙ୍କର ଲମ୍ବା ଲାଇନ...
ସନ୍ଧ୍ୟାରୁ ସକାଳର ଆଲୋକ ପର୍ଯ୍ୟନ୍ତ
ଆଉ
ସେପଟ ଦିଗବଳୟରୁ ପ୍ରତିଧ୍ଵନି ଶୁଭେ...
ମୁଁ ତ ସମୟ...
ମୁଁ ତ ସମୟ...।