STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others Tragedy

ବିରହେ ମୁଁ

ବିରହେ ମୁଁ

1 min
13.7K


ମୁଁ ପଥହରା ପଥିକଟେ

ତୁମେ ଅସରନ୍ତି ପଥ

ପତ୍ର ହୀନ ଲତାଟେ ମୁଁ

ତୁମେ ଶାଖା ଯୁକ୍ତ ବୃକ୍ଷ

ପ୍ରୀତି ହୀନ ନାରୀ ମୁଁ ଯେ

ଆତ୍ମା ହୀନ ସତ୍ତା....

ଗନ୍ଧ ହୀନା ସୁରଭି ମୁଁ

ରଙ୍ଗ ହୀନ ପୁଷ୍ପ

ଲକ୍ଷ୍ୟ ହୀନ ତୀରଟେ ମୁଁ

ଶୂନ୍ୟ ତୂଣୀରର

ସଂଖ୍ୟା ହୀନ ଗୁଣନ ମୁଁ

ହୃଦ ହୀନ ହରଣ

ଅଶ୍ବ ହୀନ ଆରୋହୀ ମୁଁ

ଆଶା ହୀନ ମନ

ଗତି ହୀନ ନଦୀଟେ ମୁଁ

ନୃତ୍ୟ ହୀନା ଝରଣା

ରୂପ ହୀନା ଧୂପଟେ ମୁଁ

ରଂଗ ହୀନା ତୂଳୀକା

ଭାଷା ହୀନା କାହାଣୀ ମୁଁ

ଛନ୍ଦ ହୀନା ମୂର୍ଛନା

ଦୀପ ହୀନା ସଳିତା ମୁଁ

ତୈଳ ହୀନା ଶିଖା

ତଦ୍ରା ହୀନ ଆଖିଟେ ମୁଁ

ସ୍ଵପ୍ନ ହୀନ ରାତ୍ରି

କିପରି କାଟିବି ଏ ଜୀବନ

ନିଃଶବ୍ଦେ ଯାଏ ବିତି ..... !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍