STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Inspirational

ଗୋଟିଏ ଗୋଟିଏ

ଗୋଟିଏ ଗୋଟିଏ

1 min
13.3K


ଗୋଟିଏ ଗୋଟିଏ ଫୁଲକୁ ଗୁନ୍ଥିଲେ

ହୋଇଯାଏ ଫୁଲମାଳ

ଟୋପାଏ ଟୋପାଏ ବରଷା ପାଣିରେ

ନଇ ଛୁଏଁ ଦୂର କୂଳ

ଗୋଟିଏ ଗୋଟିଏ ପଥର ଯୋଡିକି

ଗଢା ହେଲା କୋଣାରକ

ଗୋଟିଏ ଗୋଟିଏ ଶବଦ ଯୋଡିକି

ଲେଖି ହେବ ଗୀତା ଗପ

ଟିକିଏ ଟିକିଏ ମହୁକୁ ସାଇତି

କେତେ ମହୁ ଫେଣା ହୁଏ

ଟିକିଏ ଟିକିଏ ମାଟିରେ କେମିତି

ଉଈ ହୁଙ୍କା ହେଇ ଯାଏ

ଗୋଟିଏ ଗୋଟିଏ ପଇସା ସଞ୍ଚିଲେ

ନିଶ୍ଚେ ହେବ ବଡ ଧନୀ

ଟିକିଏ ଟିକିଏ ନିଇତି ପଢିଲେ

ନିଶ୍ଚେ ହେବ ମହା ଜ୍ଞାନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics