STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଓଡିଆଣୀ ବୋହୁ

ଓଡିଆଣୀ ବୋହୁ

1 min
14K


ନାଲି ଟୁକୁ ଟୁକୁ ସାଧବ ବୋହୂ ସେ

ସତେ ଅବା ଗୋଲାପ କଢି

ତାର ରୂପ ବେଶ ଦିଶଇ ସୁନ୍ଦର

ପିନ୍ଧେ ଯେବେ ପାଟ ଶାଢୀ

ଗୋଲାପି ଓଠରେ ଚେନାଏ ତ ହସ

ମନ ନେଇ ଯାଏ କିଣି

ତା ପାଖୁ ନିମିଶେ ଫଳକ ହଟେନି

କିମିଆଁ କରେ ଚାହାଣି

ରୂପରେ ଯେମିତି ଗୁଣରେ ସେମିତି

ଖାଣ୍ଟି ଓଡିଆଣୀ ବୋହୁ

ସ୍ଵଭାବ ତାହାର ବହୁତ ସୁନ୍ଦର

କଥାରୁ ଝରଇ ମହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍