ମୁନି ମୌନ ହୋଇଯାଏ
ମୁନି ମୌନ ହୋଇଯାଏ
ନା ଶବ୍ଦର ଆଡମ୍ବରରେ
ନା ଶାସ୍ତ୍ରର ବ୍ୟାଖ୍ୟାନରେ
ନା ସ୍ମୃତିର ଶ୍ରବଣରେ
ନା ଜ୍ଞାନର ପରାକାଷ୍ଠାରେ
ନା ବିତ୍ତର ବୈଭବରେ
ନା ତୀର୍ଥର ଆଲମ୍ବନରେ
ନା ଦେବର ଦର୍ଶନରେ…
ସବୁ
ପ୍ରଭେଦ ମିଟିଯାଏ
ଅନ୍ଧାର ହଟିଯାଏ …
ଯେବେ
ଶୂନ୍ୟ ନୀଡ଼ରେ ଆତ୍ମ ପକ୍ଷୀଟି ଜାଗି ଯାଏ !
ମୁନି ମୌନ ହୋଇଯାଏ !