STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଡେଣା

ଡେଣା

1 min
13.8K


ସେଇଠି ଛାଡ଼ିଆସିଛି ଡେଣା

ଯେଉଁଠି କାହାର ସ୍ୱପ୍ନ ଉଡ଼ିବାକୁ ଆତୁର,

ମୋର ସବୁଉଡ଼ାଣ ନିଶାକୁ

ପର କରିସଜେଇ ଦେଇଛି ଡେଣାରେ।

ସେ ଡେଣା ଆବୋରିଧରିଛି

ମୋର ଆଖିହଳକ,

ମୁଁ ଯାହା ଆଖିର ଛାଇ ସହ

ଆଖିମିଶେଇ ପାରୁନି!

ସେ ଡେଣା ନେଇ

ଯୋଉ ଆତୁର ସ୍ୱପ୍ନମାନେ

ଉଡ଼ିବା ଆରମ୍ଭ କରିବେ

ସେ ଉଡ଼ାଣଖୋର ଛାଇ ତଳେ

ମୁଁ ହେବିକାକୁସ୍ଥ ସମୟ ପରିଜଡ଼ବତ୍‌।

ଯୁଦ୍ଧ କରିବିନା ସନ୍ଧି?

ନିରସ୍ତ୍ର ଶବ୍ଦମାନଙ୍କୁଧରି

କୋଉ ତ୍ରିକାଳରେ

କୋଉ ଭୂମିପରେ ଠିଆ ହୋଇ

ମାଗିପାରିବିସମବେଦନତାର ଦାୟ?

କିଏ କାହାର ଡେଣା କାଟିପାରେ?

ନିଜ ଚଞ୍ଚୁହିଁଦାୟୀ,

ବରଂ ଥରେ ଥରେ

ତିଆରିବାକୁହୁଏ

ଆକାଶ ଉପରେ ଆଉ ଏକ ଆକାଶ

ସ୍ୱପ୍ନଥାଇ ବିନୂଆ ସ୍ୱପ୍ନ

ପିଠିଉପରେ ହଳେ ଡେଣା!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍