STORYMIRROR

Baikunth Bihari Swain

Classics

3  

Baikunth Bihari Swain

Classics

ଲବଣ

ଲବଣ

1 min
181


ଲବଣ ନାମେ ପରିଚିତ

ଅମାପ ଗୁଣ ତୋ ଅଛିତ।


ପରବ ଚିଠା ଲେଖା ହେବ

ତୋ ନାମ ଶୀର୍ଷରେ ରହିବ ।


ସବୁଠି ଲୋଡା ହେଉ ଆଗ

କ୍ଷୀରି ପଖାଳ ଅବା ଶାଗ।


କମିଗଲେ ତୋହର ଭାଗ

ଭଲ ନ ଲାଗେ ସେହି ପାଗ।


ବଢ଼ିଲେ ତୋର ପରିମାଣ

ଅଖାଦ୍ୟ ତାହାକୁ ଯେ ଗଣ।


ଭଲ ରାନ୍ଧୁଣି ଅଟେ ସେହି

ଭାଗ ମାପରେ ଯେ ରାନ୍ଧଇ ।


ଗରିବ ବ୍ୟକ୍ତି ଗଣ୍ଠି ଧନ

ତା' ପାଇଁ ବଢେ ତୋର ମାନ ।


ଜୀବନ ଚଲା ପଥେ ତୋର

ତୁଳନା ହୁଏ ନିରନ୍ତର ।


କଥା କୁହଇ ବେସି ବେସି

କାର୍ଯ୍ୟ ବେଳରେ ଯାଏ ଖସି ।


ମହତ ତାର ପାଶେ ନାହିଁ

ସମାଜେ ଆଲଣା ଅଟଇ।


ଗୁଣ ଚିହ୍ନିଲେ ରାଜା ତୋର

ମୁଦ୍ରା ବିନ୍ମୟେ ବ୍ୟବହାର।  


ତୋ ବ୍ୟବହାର ଯେବେ ହେଲା

ବାଣିଜ୍ୟ ସମସ୍ୟା ହଟିଲା।


ଗାନ୍ଧୀ ଡାକରା ଦେଇଥିଲେ

ଲବଣ ମନ୍ତ୍ର ସେ ଫୁଙ୍କିଲେ।


ସତ୍ୟାଗ୍ରହ ଯେ ଦେଶେ ହେଲା

ଫିରୀଙ୍ଗ ଦେଶ ଛାଡ଼ି ଗଲା ।


ଧନ୍ୟ ଧନ୍ୟରେ ହେ ଲବଣ

କେ ଅଛି ବର୍ଣିବ ତୋ ଗୁଣ।


ଶୁଣ ଲବଣ କଥାମୃତ

ତୋଷ ହୋଇବ ତୋର ଚିତ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics