STORYMIRROR

Pratima Satpathy

Classics

3  

Pratima Satpathy

Classics

ହସେ ଆମ ବଗିଚା

ହସେ ଆମ ବଗିଚା

1 min
207


ଆମ ଘର ପାଖେ ଆମ ବଗିଚା ରହିଛି

ନାନା ଉପକାରୀ ଗଛ ସେଠାରେ ରହିଛି

     ନାନା ଜାତି ଫୁଲ ଗଛ

ରହିଅଛି ବଗିଚାରେ ହୋଇ ଆଗ ପଛ।


ହସୁଅଛି ଗଛ ସବୁ ସେବା ଯତ୍ନ ପାଇ

ସକାଳୁ ସକାଳୁ ଉଠି ପାଣି ଦିଏ ମୁହିଁ

    ବାଛେ ଅନା ବନା ଘାସ 

ପରିଷ୍କାର, ପରିଛନ୍ନ , ସୁସ୍ଥ ପରିବେଶ ।


ପ୍ରତିଦିନ ମୋ ଗଛର ପାଶେ ମୁହିଁ ଯାଏ

ପୋକ ଲାଗିଥିଲେ ଆଣି ଔଷଧ ପକାଏ

    ଜୈବିକ ସାର ଯେ ଦିଏ

ଡାଳ ହଲାଇ ଗଛ ଯେ ସ୍ୱାଗତ ଜଣାଏ ।


ଛୋଟ ପିଲାଙ୍କର ପରି ଗଛର ଯେ ଯତ୍ନ

ନିଏ ମୁହିଁ ହୋଇକରି ଅତି ଆନନ୍ଦିତ

    ଗଛ ମୋର ଆପଣାର

ପତ୍ର, ପୁଷ୍ପ, ଫଳ,ଦେଇ କରେ ଉପକାର ।


ଗଛ ଯୋଗୁ, ବର୍ଷା ହୁଏ,ହୁଅଇ ଫସଲ

ଖାଦ୍ୟ, ବସ୍ତ୍ର, ବାସଗୃହ,ସାଥେ ଅମ୍ଳଜାନ

    ସବୁ ଗଛ ପାଇଁ ହୁଏ

ଅନ୍ୟ ଉପକାର କରି ଆନନ୍ଦ ସେ ପାଏ ।


ମଲ୍ଲୀ, ମାଳତୀ, ସେବତୀ, ଜାଇ ଜୁଇ, ହେନା

ଟଗର ତରାଟ, ଗୋଲାପ ଫୁଲ ବାସନା

    ମନ ପ୍ରାଣ ନିଏ ହରି

ମୋ ବଗିଚା ମୋ ପାଇଁକି ପରିବାର ପରି ।


ସମୟ ହେଲେ ମଣିଷ ଛାଡି ଯିବେ ଚାଲି

ତୁମ ତ୍ୟାଗ, ବଳିଦାନ ସବୁ ଯିବେ ଭୁଲି

    ମାତ୍ର ଅଚଳ ପାଦପ

କେବେହେଲେ ଦିଏ ନାହିଁ ମନରେ ସନ୍ତାପ ।


ଫୁଲରୁ ରସ ପିଅନ୍ତି ମହୁମାଛି ବସି

ରଙ୍ଗ ବେରଙ୍ଗର ପ୍ରଜାପତି ବୁଲୁଥାନ୍ତି

     ଦେଖି ଲାଖିଯାଏ ମନ

ଲାଗେ ମୋତେ ମୋ ବଗିଚା ପାରିଜାତ ବନ ।


ଛୋଟ ପିଲା ବଡ଼ ହେଲେ ଦୂରକୁ ଯାଆନ୍ତି

ମାତ୍ର ବୃକ୍ଷ ଲତା ସବୁବେଳେ ପାଶେ ଥାନ୍ତି

     ତାଙ୍କରି ପାଖରେ ଥିଲେ

ଏକଲା ପଣ ମୋତେ ବିଚଳିତ ନକରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics