STORYMIRROR

Jagannath Das

Classics Inspirational

3  

Jagannath Das

Classics Inspirational

ନୂଆଖାଇ ଭେଟ ଘାଟ

ନୂଆଖାଇ ଭେଟ ଘାଟ

1 min
195


ସମଲେଇ ମାଆ ଖାଆନ୍ତି ନବାନ୍ନ

ଭାଦ୍ରବ ପଞ୍ଚମୀ ଦିନ

ପଶ୍ଚିମ ଓଡିଶା ର ଇଏ ଏକ ପର୍ବ

ନୂଆ ଖାଇବାର ଦିନ....


ଏହି ସମୟରେ ଧାନ ପାଚୁ ନାହିଁ

ବର୍ଷା ଚାଲେ ଘନାଘନ

ରୁଆ ତ ହେଇନି,ଧାନ କିପାଚଇ

ଭୋଗ ଲାଗଇ ନବାନ୍ନ.....


ଯାହା ବି ହୁଅଇ

ଧାନ ବି ପାଚଇ

ଭୋଗ ଲାଗେ ମାତା ଙ୍କ ପାଶେ


ଅପର୍ଣ୍ଣା ଗଉରୀ

ବୃଦ୍ଧି କରେ ଶିରୀ

ଅପୂର୍ଵ ଆନନ୍ଦ ଆସେ....


କଲ୍ୟାଣ କରନ୍ତି ମାଆ ଆସି ନିଜେ

ସବୁ ସାହି ପଡିଶା ଙ୍କୁ


ବନ୍ଧୁ ବାନ୍ଧବ ସମୂହ ରୁଣ୍ଡ ହୋଇ ଯାନ୍ତି

ନୂଆ ଖାଇ ଭେଟ ଘାଟ କୁ....


ପୁର ପଲ୍ଲୀ ଠାରୁ ସହର ବଜାର

ହୁଏ ଆନନ୍ଦ ମୁଖର


ଆଶିଷ କରନ୍ତି ମାଆ ନିଜେ ସ୍ୱତଃ

ସମସ୍ତେ ହ୍ଵନ୍ତି ଜୁହାର....


ଜଗତେ ମା-କ୍ଷାତି ଅଟଇ ପ୍ରସିଦ୍ଧ

ସର୍ବାଣୀ କରନ୍ତି ଦୟା

ଡାକନ୍ତି ଭକ୍ତି ରେ ପଶ୍ଚିମ ଓଡ୍ରରେ

ମୃଡାନୀ ଙ୍କ ଏହି ମାୟା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics