ସଂଜ ଆସିଲା
ସଂଜ ଆସିଲା
ସଞ୍ଜ ଆସିଲା ସଞ୍ଜ ଆସିଲା
ମା କୋଳେ ରବି, ଗଲେଣି ଶୋଇ,
ବୃନ୍ଦାବତୀ ମୂଳେ ସଞ୍ଜ ସଳିତା
ଦୀପାଳି ଉଠଇ,
ଶିଖାଟେକି ଜଳିଜଳି, ସଞ୍ଜ ଆସିଲା ସଞ୍ଜ ଆସିଲା ।
ଘର ବାହୁଡା ୟେ ବିହଙ୍ଗମ କୁଳ
କଳରବେ ମୁଖରିତ
ଲିଭିଲିଭି ଯାଏ ଡାଆଣିଆ ଖରା
ବହେ ଶୀତଳ ମରୁତ
ଅନ୍ଧାର ମାଡି ଆସଇ, ସଞ୍ଜ ଆସିଲା ସଞ୍ଜ ଆସିଲା ।
ପଶ୍ଚିମ ଦିଗାଙ୍ଗୀ ବଦଲାଣି ତା
ସୁନୀଳ ଲୋହିତ ଶାଢୀ
ଝିନ କଳାପାଟ ଆହା କି ସୁନ୍ଦର
ଦେହରେ ଯାଏତା ଜଡି
ସତେ କି ସେ ଗୋଟେ ପରୀ, ସଞ୍ଜ ଆସିଲା ସଞ୍ଜ ଆସିଲା ।
ତାରା ଫୁଲ ଛିଟ ଜହ୍ନ ର ଜୋଛନା
ଅଙ୍ଗେ ଅଙ୍ଗେ ଫୁଟି ଉଠେ
ସୁନ୍ଦର ମୋ ରସା ଭୁଷା ପରିପାଟି
ସରେ କୁମୁଦିନୀ ଫୁଟେ
ଆଖି କୁ ନିଏ ଓଟାରି, ସଞ୍ଜ ଆସିଲା ସଞ୍ଜ ଆ
ସିଲା ।
ଅଦୂରୁ ଶୁଭଇ ଗାଈଆଳ ବଂଶୀ
ଅମୀୟ ଶଦ୍ଦ ମଧୁର
ଟିପା ଶବଦ କୁ ହମ୍ଵାରଡି ବତ୍ସା
କଅଁଳ ନୀରିହ ସ୍ଵର
ସଞ୍ଜ ହେଲା କହିକହି, ସଞ୍ଜ ଆସିଲା ସଞ୍ଜ ଆସିଲା ।
ରଙ୍ଗ କରବୀ କୁ ଜହ୍ନୀ ମଞ୍ଜରୀର
ସୁନେଲି ତାରକା “ଚିତ୍ର
ସମ” ଫୁଲ ଫୁଟି ରଚେ ମନୋହର
ଦୃଶ୍ୟ ଆହାକି ବିଚିତ୍ର
ସଞ୍ଜ ଆସିଲାଣି ଏଇ, ସଞ୍ଜ ଆସିଲା ସଞ୍ଜ ଆସିଲା ।
ଗାଁ ଚାଳ ଘରୁ ଧୂଆଁ ଉଠିଲାଣି
ଗାଁ ମୁଣ୍ଡେ ରେ ଶୃଗାଳ
ହୁକେ ହୋଅ ରଡି ଉଲୁକ ହୁଂକାର
ଫଡ ଫଡ ବାଦୁଡି ର
ସଂଜ ଯାଏ ଅପସରି, ସଞ୍ଜ ଆସିଲା ସଞ୍ଜ ଆସିଲା ।
ଧୀରେଧୀରେ ରାତି ଘନେଇ ଆସୁଛି
ଶେଫାଳୀ ଫୁଟିଲା ତାର
ଅଳପ ଆୟୂଷ ରଚେ ମହାରାସ
ମହକ ବଡ ମଧୁର
ଅଦୂରେ ଯାଏ ବିସ୍ତାରି, ସଞ୍ଜ ଆସିଲା ସଞ୍ଜ ଆସିଲା ।