ଲୋକହସା
ଲୋକହସା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
କାଳିଆରେ ତୋତେ କରିଲି
ମୁଁ ଭରସା
ମନ ଜାଣି ପ୍ରଭୁ କରନି
ଲୋକହସା....
ଅତି ନିରୀହ କଲ
କାହିଁକି
ଭୋକିଲା ରହେ ଜାଣ
ନାହିଁକି
ତୁମେ ପରା ଖୁଆଅ ଭୋଗ
କହି ଭାଷା...
କାହାକୁ ଦେଇଛ କେତେ,
ଦରବ
ମୋ ପାଖେ କିଛି ବି ନାହିଁ,
ଦଇବ,
କେମିତି ଠାକୁର ତୁମେତ
ଦିଅ ଦଶା...
କେଉଁ ପାପ
କରିଥିଲି
କହିବ,
ଥରେ ହେଲେ ପାପ
କ୍ଷମା କରିବ
ପାପ ନାଶନ ପ୍ରହୁହେ
ଦିଅ ବସା...