ଶରତ ଆକାଶେ
ଶରତ ଆକାଶେ
ଶରତ ଆକାଶେ ହସେ କି ଜହ୍ନ
ପଡୁଛି କିରଣ ହୋଇ ଉଛନ୍ନ ।
ନୀଳ ନୀଳ ବନେ ରୂପେଲି କିରଣେ
ପଡେ କି ଗୋପନେ ବିମୋହିତ କୋଣେ ।
ସବୁଜ ଧରଣୀ ସବୁଜ ପିନ୍ଧିଛି
ଜହ୍ନକୁ ଜଳାଇ ଯାଉଅଛି କାହିଁ ।
ଶରତ ଆସିଛି ମରତେ
ମାଖନ ଫୁଲଟି ସଙ୍ଗତେ ।
ଜହ୍ନି ଫୁଲ ହସେ ଚାଲରେ
କାଶଚଣ୍ଡୀ ଦିଶେ ବାହାରେ ।
ମନୋହର ଲାଗେ ରାତିଯେ
ପରିବେଶ ସତେ ଶାନ୍ତ ଯେ ।

