ବର୍ଷା
ବର୍ଷା
ବର୍ଷା ତୁମେ କାହିଁ ଓଦା କଲ
ତୁମେ ଜାଣ ନା ଦୁନିଆକୁ
ମିଛଟାରେ ତୃଷ୍ଣା ମରେ ମରିବେ
ହେଲେ ଦୋଷ ଦେବେ ତୁମକୁ।
ବର୍ଷା କାହିଁ ତୁମେ ବରଷିଲ
ଅଦରକାରୀ ମନ ମାଟିରେ
ମିଛଟାରେ ଆଶା ରଖେ
କେତେ ଫଳିବ ମନ ବୃକ୍ଷରେ ।
ବର୍ଷା ତୁମେ ଆସ କଳା ଚାଦର ଢାଙ୍କି
ଅତି ମନୋରମ ଦୃଶ୍ୟ ନେଇ
କେତେ ବରସିଲ କହିକି ପାରିବ
ଶୁଖିଲା ପଡ଼ିଛି ମନର ନଈ ।
ବର୍ଷା ତୁମକୁ ଚାତକ ଚାହିଁଛି
ବରଷିବ କେବେ, ତା ପାଇଁ
ରଜନୀ ଚାହିଁଛି ଆଲୋକ ଶିଖାକୁ
ମନରେ ତୃପ୍ତି ମିଳି ବା ପାଇଁ ।