STORYMIRROR

RAJANIKANT CHOUDHURY

Classics

3  

RAJANIKANT CHOUDHURY

Classics

ବର୍ଷା

ବର୍ଷା

1 min
171

ବର୍ଷା ତୁମେ କାହିଁ ଓଦା କଲ

ତୁମେ ଜାଣ ନା ଦୁନିଆକୁ

ମିଛଟାରେ ତୃଷ୍ଣା ମରେ ମରିବେ

ହେଲେ ଦୋଷ ଦେବେ ତୁମକୁ।


ବର୍ଷା କାହିଁ ତୁମେ ବରଷିଲ

ଅଦରକାରୀ ମନ ମାଟିରେ

ମିଛଟାରେ ଆଶା ରଖେ

କେତେ ଫଳିବ ମନ ବୃକ୍ଷରେ ।


ବର୍ଷା ତୁମେ ଆସ କଳା ଚାଦର ଢାଙ୍କି

ଅତି ମନୋରମ ଦୃଶ୍ୟ ନେଇ

କେତେ ବରସିଲ କହିକି ପାରିବ

ଶୁଖିଲା ପଡ଼ିଛି ମନର ନଈ ।


ବର୍ଷା ତୁମକୁ ଚାତକ ଚାହିଁଛି

ବରଷିବ କେବେ, ତା ପାଇଁ

ରଜନୀ ଚାହିଁଛି ଆଲୋକ ଶିଖାକୁ

ମନରେ ତୃପ୍ତି ମିଳି ବା ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics