STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

ବ୍ରହ୍ମ ତୁମେ ରଜନୀକାନ୍ତ ଚୌଧୁରୀ

ବ୍ରହ୍ମ ତୁମେ ରଜନୀକାନ୍ତ ଚୌଧୁରୀ

1 min
367

ବ୍ରହ୍ମ ତୁମେ ଅଦୃଶ୍ୟ ପ୍ରତିବିମ୍ବ 
ଅବର୍ଣ୍ଣନୀୟ ମାୟା,
ବ୍ରହ୍ମ ତୁମେ ହୃଦୟ ଆରାଧନା 
ଅନୁଭବର କାୟା,।।
ବ୍ରହ୍ମ ତୁମେ ଜୀବନ୍ତ ଦାରୁବ୍ରହ୍ମ 
ଜଗନ୍ନାଥଙ୍କ ରୂପ,
ବ୍ରହ୍ମ ତୁମେ ଭକତର ଆବେଗ 
କୋଟି ପ୍ରାଣୀଙ୍କ ଦ୍ଵିପ,।।
ବ୍ରହ୍ମ ତୁମେ ଅନ୍ତର ଆତ୍ମା ଚିନ୍ତା 
ଭକ୍ତିର ରସଧାରା,
ବ୍ରହ୍ମ ତୁମେ ସତ୍ୟର ଅନୁଚିନ୍ତା 
ଜ୍ଞାନର ପ୍ରେମଧାରା,।।
ବ୍ରହ୍ମ ତୁମେ କଠୋର ଦଣ୍ଡଧାରି 
ଦୁଷ୍ଟ ସଂହାରକାରି,
ବ୍ରହ୍ମ ଆଦିଅନନ୍ତ ରୂପୀ 
ଧର୍ମ ଉଦ୍ଧାରକାରୀ,।।


Rate this content
Log in

Similar oriya poem from Inspirational