STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

*କୈବଲ୍ୟ* (ରଜନୀକାନ୍ତ ଚୌଧୁରୀ)

*କୈବଲ୍ୟ* (ରଜନୀକାନ୍ତ ଚୌଧୁରୀ)

1 min
356

ଶରଧା ବାଲିରେ ଗଡି ଯିବି 
ଝଡିଯିବ ମୋ ପାପ,,
ବାଇଶି ପାହାଚେ ଠିଆ ହେବି 
ଧରିକି ପବିତ୍ର ଦ୍ଵିପ,।।
ପତିତ ପାବନ ବାନା ଦେଖି 
ଧନ୍ୟ ହୋଇବ ମୋଆଖି,,
କୋଟି ଜନ୍ମର ପୁଣ୍ୟ ପାଇବି 
କାଳିଆ ଠାକୁର ଦେଖି,।।
ମହା ପ୍ରସାଦ ଖାଇବି ଯାଇ 
ଆନନ୍ଦ ବଜାରେ ବସି,,
ଶାନ୍ତି ଲଭିବି କୈବଲ୍ୟ ପାଇ 
ଜୀବନ ହୋଇବ ଖୁସି,।।
ଦୁଃଖ କହିବି ତୋ ଆଗେ ଯାଇ 
ପାଇଛି କେତେ ଯେ ଦଣ୍ଡ,,
ଖୁସିରେ ତୁହି ବାହୁ ମେଲାଇ 
ଦେଖାଉ ବିଶ୍ଵ ବ୍ରହ୍ମାଣ୍ଡ,।।
କର୍ପୁର ଚନ୍ଦନ ତୁଳସୀ ଯେ 
ନିତି ଲାଗେ ତୋର ପାଖେ,,
ଖିଲି ଖିଲି ହସ ଅଧର ଯେ 
ଶୋଭା ପାଏ ତୋର ମୁଖେ,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational