STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଅତ୍ମଜା

ଅତ୍ମଜା

1 min
369


ଗୁନ୍ଥି ଫୁଲହାର 

ସମର୍ପିବି ଶ୍ରୀପୟର

ମାଳି ଭାବୁଥିଲା ବସି

ସକାଳୁ ସକାଳୁ

ଫୁଲ ଗଛ ସବୁ ବନ୍ଧ୍ୟା

ଗୋଟିଏ ବି ନାହିଁ କଢ଼ କଷି ।


ଶିଳ୍ପୀ ଆଜି ବ୍ୟସ୍ତ ବିବ୍ରତ

ପଥର ମାନୁ ନି ବୋଲ

ଖଣ୍ଡ ଖଣ୍ଡ ହୋଇ 

ଧସି ପଡୁଛି ଖସି ପଡୁଛି

ବୁଝା ପଡ଼ୁନାହିଁ କାରଣ ଖୋଲ ।


ହାତୁଡି ନିହାଣ ଧରି ପ୍ରହାରି

ହାତ ଫୋଟକା ଦରଜ ଭାରି

ଆଙ୍ଗୁଳିରେ ବାଜି ଶକ୍ତ ପ୍ରହାର 

ରକ୍ତ ରଞ୍ଜିତ କନିଷ୍ଠା ସିରି

ମୂର୍ତ୍ତି ଉନ୍ଲୋଚନ ତାରିଖ ଆସେ ପାଖେଇ

ଫୋନ ବାରମ୍ଵାର ଖାଉଛି ମଥା ଫାଟଇ

ଶିଳ୍ପୀ ବିଚରା ମଣିଷ ସେସିନ୍‌ ନୁହଁ 

ଦିଶୁଥାଏ ଚିନ୍ତାନତ ମଥାନତ ହତଶିରି ।


ରୋଟି ପାଇଁ ଅଟାରେ 

ପାଣି ଢ଼ାଳୁ ଢ଼ାଳୁ ଜଳଦିବାଜିରେ 

ହାତ ଦୋହଲି ଗଲା

ଜଗ୍ ଟା ଚହଲି ଗଲା

ବେଶି ପାଣି ପଡ଼ିଗଲା ହୁଲସ୍ତୁଲ


ଶୁଖିଲା ଅଟା ମୁଠାକୁ ମୁଠା

ଯେତେ ଗୋଳେଇଲେ ବି ହେଉନି କାଷ୍ଠା

ଶେଷରେ ଗୋଲ ଗୋଲ ଗୋଳା

ବେଲଣା ଓ ଚକି ଉପରେ ଠେଲା ପେଲା

ତେଢ଼ା ଓ ମେଢ଼ା 

ବଙ୍କା ଓ ଢ଼େଙ୍କା

ବାଗ ବାଇସ ଲେହେଙ୍ଗା

ତାଓଆରେ ସେକିଲା ବେଳେ

ଫୁଲିବ କ'ଣ ଫୁସକି ଯାଏ

ଅଧା କଞ୍ଚା ଆଉ ଅଧା ଜଳା

ମଝିରେ ମଝିରେ ଟିକିଏ ଟିକା କଳା 

ରୋଗିର ମୁଁହ ସାରା ବସନ୍ତିଆ ଦାଗ

ଦିଶୁଥାଏ ବିକଳ ବିବଶ ସିଠା ।


କବି ଓ କବିତା

କବିର ଅମୂଜା ବନୀତା

ଗରମ ଫୁଟୁଥିବା ଭାବନାର 

ତେଲ କଢ଼େଇରେ ରସଗୋଲା 

ଫୁଟିବା ପରି

ଭାବନା ଫୁଟୁଥିବ

ଭାଷା ସହିତ ଦୈଡୁଥିବ

ଅଭିବ୍ୟକ୍ତିର ଘୋଷଣା

ମନ ଉଦ୍ରେକ ଦୟା କରୁଣା


କବିତା କବି ଶିଳ୍ପୀର କାରିଗରି

ଶବ୍ଦ ବିନ୍ଧାଣୀ ସେ ଯାହୁଗର

ଶବ୍ଦ ମାଳି ପରି ଗୁନ୍ଥେ କବିତା-ହାର

ପଦ-ଶିଳାରେ ଗଢ଼େ ସେ 

କବିତା କୋଣାର୍କ

ଛନ୍ଦ-ଅଟାରେ ସେକେ ସେ

 ରୋଟିର ଝୋଟି-ଅର୍କ

ଅଳଙ୍କାର-ଚାଉଳରେ ସେ ଗଡ଼େ ଚିତା ମୁରୁଜ


ଅଭିଧାନରୁ ଖୋଜି ମୋତି ମାଣିକ ମୁକ୍ତା

ଗଢିଦିଏ କାଳଜୟୀ ମୂର୍ତ୍ତି-ଲତାରେ 

ଶ୍ରୁତି ମଧୁର ଭାବନା ଭାସ୍ଵର ଭାଷା-ସୁକ୍ତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational