STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

"ବହି''

"ବହି''

1 min
443


ଗୋଟିଏ କଥା

         କହୁଛି ମୁହିଁ

ଜମାରୁ ତୁମେ

         ଭୁଲିବ ନାହିଁ।୧।


ଉପକାରୀଟେ

         ସତରେ ସିଏ

ସବୁରି ମୁଖେ

         ହସ ଫୁଟାଏ।୨।


ନାଲିଆ ନେଳି

         କେତେ ରଙ୍ଗରେ

ସଜେଇ ହେଇ

         ସିଏ ଆସେରେ।୩।


ତାହାରି ପାଇଁ

         ଯେତିକି କଥା

ଶିଖିଛି ପରା

        ଆମରି ମଥା।୪।


ତାକୁ ନେଇକି

        ଜୀବନ ଆମ

ରଖଇ ପୁଣି

        ସବୁଠି ନାମ।୫।


ବହିଟି ସିଏ

       କେଡ଼େ ନିଜର

ସବୁ ସ୍ଥିତିରେ

        ସାଥି ଆମର।୬।


ପର ଆପଣା

        ତା ଠାରେ ନାହିଁ

ଲୋଡ଼ା ହୁଏ ସେ

          ସବୁରି ପାଇଁ।୭।


ପଢିଲେ ବହି

        ବଢଇ ଜ୍ଞାନ

ଦୂରେଇ ଯାଏ

         ଯେତେ ଅଜ୍ଞାନ।୮।


ପଢିବା ଯେବେ

          ଅନେକ ବହି

ପାରିବା ତେବେ

          ବହୁତ କହି।୯।


ସଂସ୍କାର ଶିକ୍ଷା

         ତାଠାରୁ ପାଇ

ମହତ ହେବା

        ତେବେରେ ଯାଇ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational