STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

ଦୁର୍ନୀତିର ସିଡ଼ି

ଦୁର୍ନୀତିର ସିଡ଼ି

1 min
464


ସ୍ୱାର୍ଥପର ତୁହି      ସ୍ୱାର୍ଥ ଅନ୍ଧ ହୋଇ

     କେତେତୁ ଶୋଷିବୁ କହ

ଜଳସ୍ଥଳ ଏଠି      ଏକ କରି ଦେଲୁ

     ଶୁଖୁନି ଗରିବ ଲୁହ।୧।


କି ଲାଭ ପାଇବୁ     ଅପକର୍ମ କରି

     ଉର୍ଦ୍ଧ୍ବରେ ରଖି ତୋ ଶିର

କି ଯଶ ଅର୍ଜିବୁ      କଳା ସାମ୍ରାଜ୍ୟର

      ଭ୍ରଷ୍ଟ ତୋର ଏ ବିଚାର।୨।


ଯେତେ ତୁ ଚଢିଲେ    ଦୁର୍ନୀତିର ସିଡ଼ି

      ତଳକୁ ଖସିବୁ ଦିନେ

ଗର୍ବପଣ ତୋର      ଖରବ ହୋଇବ

      ରହିବ ସବୁରି ମନେ।୩।


ଆତତାୟୀ ତୁହି      ଆତ୍ମସମ୍ମାନ ତୋ

      ହୃଦୟେ ଜମାରୁ ନାହିଁ

ତୋ କୃତ କରମ      ନୁହେଁ ଶୁଭଙ୍କର

      ସତେ ଏ ସମାଜ ପାଇଁ।୪।


ଧନବଳ ତୋର       ଅମାପ ହୋଇଲେ

      ସତ କର୍ମେ ଲଗା ତୁହି

ଦାନ ଧର୍ମ କରି        ହରି ନାମ ଧରି

       ଜୀବନକୁ ନେ ତୁ ବାହି।୫।


ଜୋକ ପରି ହୋଇ      ଶୋଷିନେଲେ ସବୁ

      ଆସିବ ଏମିତି ଦିନ

ସବୁ ଥାଇ ତୋର       କିଛି ବି ନ ଥିବ

      ହୋଇବୁ ଦିନେ ତୁ ହୀନ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational