STORYMIRROR

Ajay kumar Behera

Tragedy Inspirational

3  

Ajay kumar Behera

Tragedy Inspirational

ଫରକ ଏତିକି

ଫରକ ଏତିକି

1 min
386

ମୁଁ

ମୋତେ 

ଯେତିକି

ଭଲ ପାଏ

ବାସ ତୋତେ ବି

ସେତିକି ଭଲ ପାଏ

ଫରକ ଏତିକି

ତୁ ଖାଲି କହି ଦେଉ ହେଲେ ମୁଁ

ନୀରବ ନିଶ୍ଚଳ ଆଉ ଉପାୟ ଶୂନ୍ୟ।।

ଅନେକ ଅକୁହା କଥାକୁ ହୃଦୟରେ ଚାପି ଧରି

ଇଚ୍ଛା ଥାଇ ବି ପ୍ରକାଶ କରି ପାରେ ନାହିଁ।।

ଏଠି ସଭିଏଁ କେବଳ

ନିଜର କଥା କହନ୍ତି

ନିଜକୁ ଭଲ ପାଆନ୍ତି ଆଉ ଅନ୍ୟର ଗୁଜବ କରନ୍ତି।

ଅନ୍ୟର ଦୁଃଖ କାହାକୁ ଦିଶେ ନାହିଁ

ଯଦିବା ଦିଶେ ତେବେ ନ ଦିଶିବାର ଅଭିନୟ ବି କରନ୍ତି।

ମାଆ ମାଆ, ଝିଅ ଝିଅ,ବୋହୂ, ବୋହୂ

ଏଠି ରକ୍ତ ରକ୍ତର ବାକି ଅଳତା ଗାର

ଏଠି ସମ୍ପର୍କ ସମ୍ପର୍କର ବାକି ସବୁ ପାଣିର ଗାର।।

ଯିଏ ସୁଖରେ ଦୁଃଖରେ ସବୁରେ ଥାଏ

ସବୁରି ମଙ୍ଗଳ ଚାହେଁ

ତାକୁ ମିଳେ କଣ

ମୁଠାଏ ଯାତନା,ପୁଳାଏ ତିରସ୍କାର

କିଛି ଭର୍ତ୍ସନା,ବାଃ ରେ ସମାଜ 

ତୋତେ ପଢ଼ିବା ବୁଝିବା ପାଇଁ ହେଲେ

ବାସ ବେଳେ ବେଳେ ପାଟି ବଦଳେଇବା ଦରକାର।।

ତାହାଲେ ବେଙ୍ଗ ଚେଙ୍ଗ ଏକ ହୋଇ ଯିବେ

କୁକୁର ବି ବିଲେଇକୁ ସ୍ନେହ ଆଦର କରିବ 

ଆଉ ଶିଆଳ ପିଠିରେ କୁକୁଡ଼ା ବସି କକରେ କଂ କରିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy