STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

ଧନ୍ୟ ଗୁରୁ ତୁମେ

ଧନ୍ୟ ଗୁରୁ ତୁମେ

1 min
412


ଦିବସ ରଜନୀ  ଏକ କରି ଯିଏ

   ଗଢ଼ନ୍ତି ଆମ ଜୀବନ

ତାଙ୍କରି ଆଶିଷେ ପୂର୍ଣ୍ଣ ହୋଇ ଥାଏ

   ଆମରି ସବୁ ସପନ।୧।


ନର ନୁହଁ ସେତ ସ୍ୱୟଂ ଈଶ୍ୱର

   ସତେତ ଆମରି ପାଇଁ

ଦେବତା ରୂପରେ ଏ ଧରା ଧାମରେ

   ସିଏ ଯେ ଜଗତ ସାଇଁ।୨।


ପିତୃ ମାତୃ ତୁଲ୍ୟ ସ୍ନେହ ମମତାରେ

   ବାନ୍ଧନ୍ତି ଆମକୁ ସିଏ

ଗୁରୁ ଭିନ୍ନ ଅନ୍ୟ  ସାରା ଜଗତରେ

    ତାଙ୍କ ପରି ହେବ କିଏ।୩।


ହାତ ଧରି ସିଏ  ଲେଖିବା ଶିଖାନ୍ତି

    ବହି ଧରି ପୁଣି ପଢ଼ା

ଜୀବନ ମନ୍ତ୍ରକୁ   ଶିଖିବା ପାଇଁ କି

    ଜଗତେ ଗୁରୁଙ୍କ ଲୋଡ଼ା।୪।


ଆଚାର ବିଚାର ପୁଣି ଯେ ସଂସ୍କାର

   ଶିଖାନ୍ତି ଆମକୁ ଯିଏ

ଗୁରୁ ଭିନ୍ନ ଅନ୍ୟ ଏହି ମରତରେ

    ହୋଇବ ଆଉ ବା କିଏ।୫।


ତାଙ୍କରି ନିର୍ଦ୍ଦେଶେ କଲମର ଶକ୍ତି

   ହୁଏ ଖଣ୍ଡା ଠାରୁ ଧାର

ସାରା ଜଗତରେ  ତାଙ୍କ ପରି କେହି

   ନ ହେବେ ଏତେ ନିଜର।୬।


ଧନ୍ୟ ଗୁରୁ ତୁମେ ସକଳ ସୃଷ୍ଟିର

    ସତେ ଅବା ମୂଳମନ୍ତ୍ର

ଦେଖାଅ ପଥ ହେ ଅନ୍ଧାର ନାଶୀଣ

    ଶିଖାଅ ଜୀବନ ତନ୍ତ୍ର।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational