ଜୀବନ ଯାତ୍ରା
ଜୀବନ ଯାତ୍ରା
ଘଞ୍ଚ ଗହନ ବନ
ସୁଦୂର ବିସ୍ତାରି ଗିରି କନ୍ଦର
ବର୍ଷା ବିଧୌତ ରାସ୍ତାରେ
ପାଦ ପରେ ପାଦ ହେଉଅଛି ଉଚ୍ଛୁର
ଆଖି ଖୋଜିବୁଲେ
ନିର୍ଜନ ପ୍ରହରେ ଚିହ୍ନା ମୁହଁର ଛାଇ
ଥାଆନ୍ତେ କି ମୋର ଆପଣା କେହି
ଚାଲୁଥାନ୍ତେ ମାେ ହାତେ ହାତ ମିଶେଇ
ଜଣା ପଡନ୍ତାନି ଗନ୍ତବ୍ୟ ପଥର ଯନ୍ତ୍ରଣା କଷ୍ଟ
ବର୍ଷା ପବନ ବିଜୁଳି ଶବଦ ଲାଗଇ କରନ୍ତି ହଟ
ପ୍ରକୃତି କୋଳରେ ଛଳ ଛଳ ହେଇ
ବହି ଯାଉଛି କେବେଠୁ କାହିଁ କେତେ ଯେ ନଈ
କେତେ ଭାବ ତାର ହୃଦୟେ ଭରିଛି ଜାଣି କି ପାରିଛି ମୁହିଁ
ମୁକ୍ତ ଆକାଶରେ ବିହଙ୍ଗ ଉଡ଼ନ୍ତି
ଦେଖି ଇଚ୍ଛା କରେ ଏ ମନ ମୋର ଉଡି ପାରନ୍ତା କି ନିରନ୍ତର
ସଇସ ସାଜି ଅନ୍ତର ମୋହର କୁହେ ମନକୁ କାବୁ କର ସତ୍ତ୍ୱର
ଶିଶୁ ହସ ଦେଖି ବିଭୋର ପ୍ରାଣ ସଦା ମାେହର ହୁଏ
ମନ ଖୋଲା ହସ ହସି ଏଇ ଜୀବନ
ଏମିତି ବିତୁ ମୁଁ ସର୍ବଦା ଚାହେଁ
ଆଖି ଦୁଇ ମୋର ନିରେଖୁ ଶାନ୍ତ ନିତ୍ୟ ଅନିତ୍ୟ ଯାହା
ବିବେକ ପରଶ ରହୁ ହେ
ସତ୍ୟ ଶାଶ୍ଵତ ମିଛ ମାୟାରେ ବାୟା
ସହିବା ଶକତି ଅକ୍ଷୁର୍ଣ୍ଣ ମୋର ହେଉ ସର୍ବଦା
ଗୁଣି ଗୁରୁଜନ ପାଖରେ ନଇଁ ଯାଉ ମୋ ମଥା
ଦେଶ ହିତେ କର୍ମ ଧର୍ମ ମାେ ହେଇ ଯାଉ ଉତ୍ସର୍ଗ
ଶେଷ ନିଃଶ୍ୱାସରେ ଜୀବନେ ଆଦରି ଥିବି ସତ୍ୟର ମାର୍ଗ
ସୃଷ୍ଟିର ଶ୍ରେଷ୍ଠ ସ୍ରଷ୍ଟା ହେ ପ୍ରାଣ ସାଜୁ ମୋ ଶ୍ରଦ୍ଧାଞ୍ଜଳି
ସମର୍ପିତ ଏଇ ଜୀବନ କର ସ୍ୱୀକାର କରେ ଏତିକି ଅଳି ।।