STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
246


ଘଞ୍ଚ ଗହନ ବନ 

ସୁଦୂର ବିସ୍ତାରି ଗିରି କନ୍ଦର

ବର୍ଷା ବିଧୌତ ରାସ୍ତାରେ 

ପାଦ ପରେ ପାଦ ହେଉଅଛି ଉଚ୍ଛୁର

ଆଖି ଖୋଜିବୁଲେ 

ନିର୍ଜନ ପ୍ରହରେ ଚିହ୍ନା ମୁହଁର ଛାଇ

ଥାଆନ୍ତେ କି ମୋର ଆପଣା କେହି 

ଚାଲୁଥାନ୍ତେ ମାେ ହାତେ ହାତ ମିଶେଇ

ଜଣା ପଡନ୍ତାନି ଗନ୍ତବ୍ୟ ପଥର ଯନ୍ତ୍ରଣା କଷ୍ଟ

ବର୍ଷା ପବନ ବିଜୁଳି ଶବଦ ଲାଗଇ କରନ୍ତି ହଟ

ପ୍ରକୃତି କୋଳରେ ଛଳ ଛଳ ହେଇ 

ବହି ଯାଉଛି କେବେଠୁ କାହିଁ କେତେ ଯେ ନଈ

କେତେ ଭାବ ତାର ହୃଦୟେ ଭରିଛି ଜାଣି କି ପାରିଛି ମୁହିଁ

ମୁକ୍ତ ଆକାଶରେ ବିହଙ୍ଗ ଉଡ଼ନ୍ତି

ଦେଖି ଇଚ୍ଛା କରେ ଏ ମନ ମୋର ଉଡି ପାରନ୍ତା କି ନିରନ୍ତର

ସଇସ ସାଜି ଅନ୍ତର ମୋହର କୁହେ ମନକୁ କାବୁ କର ସତ୍ତ୍ୱର

ଶିଶୁ ହସ ଦେଖି ବିଭୋର ପ୍ରାଣ ସଦା ମାେହର ହୁଏ  

ମନ ଖୋଲା ହସ ହସି ଏଇ ଜୀବନ 

ଏମିତି ବିତୁ ମୁଁ ସର୍ବଦା ଚାହେଁ

ଆଖି ଦୁଇ ମୋର ନିରେଖୁ ଶାନ୍ତ ନିତ୍ୟ ଅନିତ୍ୟ ଯାହା

ବିବେକ ପରଶ ରହୁ ହେ 

ସତ୍ୟ ଶାଶ୍ଵତ ମିଛ ମାୟାରେ ବାୟା 

ସହିବା ଶକତି ଅକ୍ଷୁର୍ଣ୍ଣ ମୋର ହେଉ ସର୍ବଦା

ଗୁଣି ଗୁରୁଜନ ପାଖରେ ନଇଁ ଯାଉ ମୋ ମଥା 

ଦେଶ ହିତେ କର୍ମ ଧର୍ମ ମାେ ହେଇ ଯାଉ ଉତ୍ସର୍ଗ

ଶେଷ ନିଃଶ୍ୱାସରେ ଜୀବନେ ଆଦରି ଥିବି ସତ୍ୟର ମାର୍ଗ 

ସୃଷ୍ଟିର ଶ୍ରେଷ୍ଠ ସ୍ରଷ୍ଟା ହେ ପ୍ରାଣ ସାଜୁ ମୋ ଶ୍ରଦ୍ଧାଞ୍ଜଳି

ସମର୍ପିତ ଏଇ ଜୀବନ କର ସ୍ୱୀକାର କରେ ଏତିକି ଅଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational