STORYMIRROR

SUSMITA MISHRA

Inspirational

3  

SUSMITA MISHRA

Inspirational

ଅଳସୀ କନ୍ୟା

ଅଳସୀ କନ୍ୟା

2 mins
233

ଅଳସୀ କନ୍ୟା ଅଟେ ସୁଲଗ୍ନା 

ରୂପ ଗୁଣରେ ସେ ଯେ ଅନୁପମା 

ବର୍ଣ୍ଣରେ ସେ ଯେ ତୋଫା ଜୋଛନା 

ଅଧର ତାର ଯେ ନାଲି ରକ୍ତିମା।

ଅନିଦ୍ୟ ସୁନ୍ଦରୀ ସେ ତ ଲାବନ୍ୟା 

ସର୍ବ ଗୁଣରେ ସେ ଯେ ପରିପୂର୍ଣ୍ଣା 

ଅଳସୀ କନ୍ୟା ସେ ତ ମାନସୀ କନ୍ୟା 

ମାନସେ ମାନସେ ଭାବନା ତାର

ଅନନ୍ୟା।

ରୂପରେ ଥାଏ କି ଆକର୍ଷନ 

  କି କୁହୁକ ଥାଏ ତାର ଵଚନ 

ଯିଏ ତାକୁ ଦେଖେ ଥରେ 

 ତା ଵଚନ ଶୁଣେ ବାରେ 

ହୋଇ ଯାଏ ସିଏ ଦିୱାନା 

 ଭାବେ ନିଜକୁ ତା ପରୱାନା 

ସତେକି ନିଜେ ତା ପ୍ରିୟତମ 

 ଅଳସୀ କନ୍ୟା ତା ପ୍ରିୟତମା।

ଅଳସୀ କନ୍ୟାକୁ ଭଲ ଲାଗେ ଜୋଛନା 

 ସେ ପାଇଁ ରାତିରେ ଆକାଶ ତଳେ  

ଯାଇ ବସେ ସେ ରୂପମତୀ କନ୍ୟା 

 ପ୍ରତିଦିନ ଲୁଚି ଦେଖେ ତାକୁ ଚନ୍ଦ୍ରମା।

ଦିନେ ଥିଲା ଶାରଦୀୟ ପୂର୍ଣ୍ଣିମା 

 ଗଗନେ ଉଇଁଥିଲା ପ୍ରେମୀ ଚନ୍ଦ୍ରମା 

ତଳେ ବସିଥିଲା ଅଳସୀ କନ୍ୟା 

 ଦେଖି ସେ ରୂପସୀ ଲାବଣ୍ୟା 

କାମେ ଜର୍ଜରିତ ହୋଇ ଚନ୍ଦ୍ରମା 

 ମନେ ଜାଗ୍ରତ ହେଲା ତାର କାମନା 

ସାକାର କରିବା ପାଇଁ ନିଜ ବାସନା 

 ଆକୃଷ୍ଟ କରିବା ପାଇଁ ଯେ କନ୍ୟା 

ତା ଉପରେ ଢାଳିଲା ନିଜ ପ୍ରୀତି ଜୋଛନା।

ପାଖକୁ ଆସି ଧରିଲା ହାତ 

  ପଚାରିଲା ହେବକି ମୋ ପ୍ରିୟତମା 

ଦେଖି ତୁମ ରୂପ ଅନୁପମା 

 ମନେ ଭାସିଯାଏ କତେ କଳ୍ପନା 

ତୁମ ରୂପ ମତେ କରେ ଆକୃଷ୍ଟ 

 ଦେଖି ତୁମକୁ ନିଜକୁ ମୁଁ ସମ୍ଭାଳି ପାରେନା 

ତେଣୁ ହେ ଅଳସୀ କନ୍ୟା ଲାବନ୍ୟା 

 ତୁମେ କର ମତେ ପ୍ରିୟତମ ହୋଇ ମୋ ପ୍ରିୟତମା ।

 ତୁମ ପ୍ରତି ମୋର ଏକ ତରଫା ପ୍ରେମ 

କରି ଉନ୍ମାଦ ମତେ ବଞ୍ଚାଇ ଦିଏନା 

ତେଣୁ ହେ ନାୟିକା ଅଙ୍କରେ ମୋର ବସି 

  ନିର୍ବାପିତ କର ମୋର ସବୁ କାମନା ବାସନା।

ଶୁଣି ଚନ୍ଦ୍ର କଥା ଅଳସୀ କନ୍ୟା 

 କୁହେ କିମ୍ପାଇଁ ନିର୍ଲଜ ହୁଅ ଚନ୍ଦ୍ରମା 

କୁମୁଦ ଅଟେ ତୁମ ପ୍ରିୟତମା 

 ଘରେ ଅଛନ୍ତି ତୁମ ସ୍ତ୍ରୀ ଚବିଶି ଦକ୍ଷଙ୍କ ଜେମା 

ତଥାପି ମତେ ଦେଖି କିପରି ଜାଗ୍ରତ ହୁଏ 

 ତୁମ ମନେ ଏ ହୀନ କାମନା ବାସନା  

ତୁମେ ନୁହଁ ମୋର ପ୍ରିୟତମ 

 ମୁଁ ନୁହେଁ ତୁମର ଯେ ପ୍ରିୟତମା।

ଦେଖି ରୂପସୀ କନ୍ୟା ସୁଷମା 

 କାମ ରେ ଜର୍ଜରିତ ହୁଅନି ଚନ୍ଦ୍ରମା 

ସବୁ ଦୁଃଖ ର କାରଣ ଅଟେ କାମନା 

 କାମନା କେବଳ ମନେ ଦିଏ ଯାତନା। ତୁମ କାମ ହେଲା ଦେବା ଶୀତଳତା 

  ସଭିଙ୍କୁ ସ୍ନିଗ୍ଧତା ଭରା ଜୋଛନା 

ନିଜ କାମ କର ନ କରି ହୀନଭାବନା 

 ତାପରେ ହୋଇବ ସବୁଠି ସମ୍ମାନିତ 

ଶ୍ରଦ୍ଧା ଭାବରେ ପୁଜିବେ ତୁମକୁ ସଭିଏଁ 

 ତୁମ ସୁରୂପ ସୁଗୁଣ କରି କଳ୍ପନା।

ହେ ମହାନାୟକ ଅନୁପମ ଅନିନ୍ଦ୍ୟ ଚନ୍ଦ୍ରମା 

ତୁମେ ବି ଅଟ ଅତ୍ୟନ୍ତ ମନୋହର 

 ଅତ୍ୟନ୍ତ ମନମୁଗ୍ଧକାରୀ ଅଟେ ତୁମ ଜୋଛନା 

 ତେଣୁ ଆଉ ନ କରି କେବେ ହୀନ କାମନା 

ମନେ ଆଣ ଅନ୍ୟ ପ୍ରତି ସଦଭାବନା।

 କାମନା ହିଁ ମନେ ଦେଇଯାଏ ଅନେକ ଯାତନା 

 ତେଣୁ ବୁଝିଲ ହେ ଅନୁପମ ଅନୁରାଗୀ ଚନ୍ଦ୍ରମା 

ସତ କର୍ମ କରିଯାଅ ଯୁଗେ ଯୁଗେ ଯଶ ରଚିଯାଅ 

 ସଭି ଝିଅକୁ ଭାବି ମାଆ ଭଉଣୀ କନ୍ୟା 

ମନେ ହୀନ କାମନାର ନକର ଆଉ କଳ୍ପନା  

 କାରଣ କାମନା ହିଁ ମନେ ଦେଇଯାଏ ଅନେକ ଯାତନା 

  ଦେଇଯାଏ କେବଳ ଯାତନା ହିଁ ଯାତନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational