STORYMIRROR

SUSMITA MISHRA

Others

3  

SUSMITA MISHRA

Others

ମୋହିନୀ ରୂପ

ମୋହିନୀ ରୂପ

1 min
170

ଅମୃତ ପାଇଁ ହେଲା ଲଢେ଼ଇ 

 ଦେବତା କହିଲେ ଆମେ ଖାଇବୁ ଆଗ 

ରାକ୍ଷସ କହିଲେ ଆମେ ଖାଇବୁ ଆଗ 

 ସମାଧାନ ହୋଇ ପାରିଲା ନାହିଁ 

ସମସ୍ତେ ଭାଳେଣିରେ ପଡିଲେ ଭାଇ 

 କିଏ ଖାଇବ ଆଗର ସମାଧାନ ପାଇଁ 

ମାୟାଧର ବିଷ୍ଣୁ ଧରିଲେ ମୋହିନୀ ରୂପ 

 ଦେଖି ସେ ରୂପ ହେଲେ ସଭିଏଁ ବିସ୍ମିତ।

ରୁଣୁଝୁଣୁ ରୁଣୁଝୁଣୁ ଶବ୍ଦେ ଚାଲି ଆସିଲେ 

ଦେବତା ରାକ୍ଷସ ଦେଖି ତଟସ୍ଥ ହେଲେ 

ମୋହିନୀ ଅମୃତ କୁମ୍ଭ ଧରିଥିଲେ 

 ଆଗ ପିଇବା ପାଇଁ ପୁଣି ଲଢ଼ିଲେ 

ମୋହିନୀ ଦେବତାଙ୍କୁ ଗୋଟେ ଧାଡ଼ିରେ 

 ରାକ୍ଷସଙ୍କୁ ଗୋଟେ ଧାଡିରେ ବସାଇଲେ 

 ମୋହିନୀ ଲାବଣ୍ୟତାରେ  

ରାକ୍ଷସମାନେ ହେଲେ ମୋହିତ 

 ହେଲେ ରାହୁ ମୋହିନୀ ରୂପରେ 

ଅଛି ବିଷ୍ଣୁ ବୋଲି ଜାଣି ଗଲା ତ।

ସେ ବି ଦେବତା ରୂପ ଧରିଲା 

 ଦେବତା ଧାଡିରେ ଯାଇ ବସିଲା 

ମୋହିନୀ ଅମୃତ ଦେବତାମାନଙ୍କୁ 

 ଆଗ ପରସିବା ପାଇଁ ଉଦ୍ୟମ କଲା 

ପରସୁ ପରସୁ ରାହୁ ପାଖେ ପହଞ୍ଚିଲା 

 ଚନ୍ଦ୍ର ସୂର୍ଯ୍ୟ ରାହୁ ରାକ୍ଷସ ବୋଲି 

ଜାଣି ଗଲେତ ଜାଣି ଗଲେ ତ 

 ମୋହିନୀ ପାଖକୁ ଆସି ସେମାନେ 

କାନ ଫୁସୁକି ଦେଇ ଦେଲେତ 

 ହେଲେ ମୋହିନୀ ହାତରୁ ଟିକିଏ 

ଅମୃତ ତଳେ ଥିବା ଘାସରେ ପଡ଼ି ଗଲା ତ 

 ସେ ଅମୃତ ଚାଖି ରାହୁ ଅମର ହୋଇ ଗଲା ତ।

ସବୁ ଅମୃତ ଦେବତା ଖାଇ ଦେଲେ 

 ରାକ୍ଷସଙ୍କୁ ଟୋପାଏ ବି ନ ଦେଲେ 

ଏହି ପକ୍ଷପାତିତା ରାହୁ କହି ଦେଲା 

 ସେ ପାଇଁ ଚକ୍ର ତା ଗଣ୍ଡି ରୁ ମୁଣ୍ଡ 

ଅଲଗା କରି ଦେଲା କରି ଦେଲା।

 ସେ ଦିନରୁ ରାହୁ କେତୁ ଦି ନାଁ ବହିଲା 

ରାଗରେ ସୂର୍ଯ୍ୟ ଚନ୍ଦ୍ରକୁ ସେ ଖାଇଲା 

 ହେଲେ ଖାଇ ନପାରି ପୁଣି ବାହାର କଲା 

ଏହି କ୍ରିୟାକୁ ଜଗତ ସୂର୍ଯ୍ୟପରାଗ 

  ଚନ୍ଦ୍ରଗ୍ରହଣ ନାମେ ଜାଣିଲା।

ଧନ୍ୟ ଧନ୍ୟ ନାରାୟଣ  

   ଧନ୍ୟ ତୁମ ମହିମା 

ଜଗତ କଲ୍ୟାଣ ପାଇଁ 

 ନାରୀ ରୂପ ଧରି ରଚଲ ଲିଲା 

ସେ ରୂପକୁ ଶିବ ମଧ୍ୟ 

 ନ କରି ପାରିଲେ ବର୍ଣ୍ଣନା 

ତୁମର ନାହିଁ ଯେ ତୁଳନା 

 ତୁମେ କଳ୍ପନା ବାହାର କଳ୍ପନା।



Rate this content
Log in