STORYMIRROR

SUSMITA MISHRA

Fantasy

3  

SUSMITA MISHRA

Fantasy

କୁଆଁର ପୁନେଇ ଜହ୍ନରେ

କୁଆଁର ପୁନେଇ ଜହ୍ନରେ

1 min
153


ଆଜି ଶାରଦୀୟ ନୀଳିମା ଆକାଶ ରେ,

ଚାନ୍ଦ ଟା ଭାରି କିରି କିରି କରି ହସୁଛି,

ତା ତୋଫା ତୋଫା ଜୋଛନା ରେ ,

ଦେଖ ଗଗନଟା କିପରି ଝଟକୁଛି। 

ଦେଖିଲେ ତାହାକୁ ଏ ହୃଦୟରେ,

ତା ପ୍ରତି ପ୍ରେମ ଭାବ ଜାଗ୍ରତ ହେଉଛି,

ସେ ପାଇଁ ଆଜିରେ କୁଆଁରୀ ମନରେ,

ପ୍ରେମ ର ଜୁଆର ଲହରୀ ଖେଳୁଛି।

କୁଆଁରୀ କହୁଛି ,

କୁଆଁର ପୁନେଇ ଜହ୍ନ ରେ ,

ତୋ ପରି ବର ମତେ ମିଲୁରେ,

ଫୁଲ ବଉଳ ବେଣୀ ଗୀତ ଗାଇ ରେ,

ତତେ ପ୍ରେମ ନିବେଦନ କରେରେ।

ଗାଇ ଗାଇ କୁଆଁରୀ ଓଷା ଯେ କରିଛି ,

ଗାଇ ଗାଇ ସିଏ ଚାନ୍ଦ କୁ କହୁଛି,

ସାହା ହୁଅ ମତେ ହେ ଦେବ ଚନ୍ଦ୍ରମା ,

ତୁମ ପରି ସୁନ୍ଦର ବର ମତେ ଦେଇ ପ୍ରଭୁ,

ବଢାଅ ମୋହର ଗାରିମା,ମୋହର ଗାରିମା।

ଶୁଣି କୁଆଁରୀ ର ଇପ୍ସିତ ଅଭିଳାଷ,

ଚାନ୍ଦ ତ ହେଉଛି ଆଜ ଭାରି ହରଷ,

ମନେ ମନେ ଭାରି ଉତଫୁଲ୍ଲିତ ହେଉଛି,

ସେ ପାଇଁ ଆଜି ଭାରି ମନୋରମ ଦିଶୁଛି।

ସେ ଶୋଭାବନ ଚାନ୍ଦ ଚୁମ୍ବକ ପରି ଟାଣୁଛି,

ଦେଖି ତାହାକୁ ଆଖି ଯେ ଲାଖି ଯାଉଛି,

କୁଆଁର ପୁନେଇ ଜହ୍ନ,କିଣି ନେଉଛି ମନ,

କୁଆଁରୀ ତ କୁଆଁରୀ ,ଆବାଳବୃଦ୍ଧ ବନିତା ର ବି,

ରସି ଯାଉଛନ୍ତି ଦେଖି ଶାରଦୀୟ ଜହ୍ନ। 

ନିଜ ଜୋଛନାକୁ ଆଶିଷ ରୂପରେ ,

ଢାଳୁଛି ସେ ଯେ ନୀଳିମା ନୀଳିମା ରେ,

ସଭିଙ୍କୁ ପ୍ରିତିରେ ପ୍ରିତି ମାଳା ଦେଉଛି,

ସେପାଇଁ ଚାନ୍ଦ ଟା ଖୁସିରେ କହୁଛି,

ସଭିଙ୍କୁ ମୋ କୁଆଁର ପୁନେଇ ପର୍ବ ର,

ଅନେକ ଶୁଭେଛା ଶୁଭକାମନା ଦେଉଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy