STORYMIRROR

SUSMITA MISHRA

Others

3  

SUSMITA MISHRA

Others

ନିବିଡ଼ତା

ନିବିଡ଼ତା

1 min
190

କେତେ ଦୂରେ କୁମୁଦ କେତେ ଦୂରେ ଚାନ୍ଦ 

ବ୍ୟବଧାନ ତାଙ୍କର ହଜାର କିଲୋମିଟର 

ତଥାପି ଚିରନ୍ତନ ଶାଶ୍ୱତ ପ୍ରେମ ତାଙ୍କର 

ସେ ପ୍ରେମର ନାହିଁ ଅନ୍ତ ନାହିଁ ପଟାନ୍ତର।


ଚାନ୍ଦ ସ୍ନିଗ୍ଧ ପରଶରେ 

   କୁମୁଦ ସରସୀ ଜଳରେ 

ହସି ଉଠେରେ ହସି ଉଠେରେ 

ତୋଫା ଚାନ୍ଦ ମୁହଁକୁ ଦେଖି 

  ଦୁରେ ଥିବା ଦୁଃଖ ଭୁଲି ଯାଏରେ।


ଚାନ୍ଦ କୁମୁଦର ପ୍ରେମ ନିଆରା 

ସେ ପ୍ରେମେ ଫୁଟେ ଶାନ୍ତି ତୃପ୍ତିର ଫୁଆରା 

ସେ ପ୍ରେମେ ନ ଥାଏ ହୀନ ଛୁଇଁବା ଆଶା 

ସେ ପ୍ରେମ ଅଟେ ଏକ ନବ ଦିଗନ୍ତ ଭାଷା 

ଚାନ୍ଦ କୁମୁଦ ପ୍ରେମ ଅଟେ ଶାଶ୍ୱତ 

ସେଠି ନ ଥାଏ ନିଚ୍ଚ ବାସନା କୁତ୍ସିତ 

ସେପାଇଁ ଦୂରେ ଦୂରେ ରହିଲେ ବି ଚାନ୍ଦ କୁମୁଦ 

ସଦା ରହନ୍ତି ଦିହେଁ ଦୁହିଁଙ୍କ ପାଇଁ ହର୍ଷିତ।


ଚାନ୍ଦ କୁମୁଦର ପ୍ରେମରେ ଥାଏ ଶୀତଳତା 

ଥାଏ କେତେ ଆତ୍ମୀୟତା କେତେ ନିବିଡ଼ତା 

ସାଧାରଣ କୁତ୍ସିତ ଇଛିତ ବାଂଛିତ ମନ 

କି ବୁଝିବ କି ଜାଣିବ ସେ ପ୍ରେମର ପବିତ୍ରତା 

ଦୂରେ ଦୂରେ ଥିବା ସତ୍ତ୍ୱେ ଦେଖି ତାଙ୍କ ନିବିଡ଼ତା 

ଉଚ୍ଛଳିତ ମନରେ ଆସେ ସ୍ନିଗ୍ଧତା ଆସେ ସ୍ନିଗ୍ଧତା।



Rate this content
Log in