ଜାଳିବା ଦୀପ,କରିବା ପ୍ରଦୀପ
ଜାଳିବା ଦୀପ,କରିବା ପ୍ରଦୀପ


ଆଜି ଫେରିବେ ଆମର ରାମ ,
ନିଜ ପୁର ନିଜ ଅଯୋଧ୍ୟା ଧାମ।
ଜାଳିବା ଦୀପ ,କରିବା ପ୍ରଦୀପ,
ଅଯୋଧ୍ୟାର ଯେତେ ଅଛି ପଥ।
ଖୁସିରେ ଆଜି ଶ୍ରୀରାମ ପାଇଁ କି,
ହୃଦୟେ ତାହାଙ୍କୁ ସ୍ଥାପନ କରିକି ।
ସରବ ପରଜା ମାନିବା ଦୀପାବଳି ,
ଅଗଣା ରେ ସଜେଇବା ଦୀପ ଆରାବଳି।
ମନଟା ଆମର ଭାରି କଳୁଷିତ ,
ଜୀବନ ଟା ପାପ ପଙ୍କ ଭରା ତ ।
ଷଡ ରିପୁ ର ସଦା ସେ ଅଧିନସ୍ଥ,
ହିଂସା ଅହଙ୍କାର ରେ ଥାଏ ଯେ ମଜ୍ଜିତ।
ଆଜି ମିଳିଛି ବଡ ସୁଯୋଗ,
ଏଡାଇବା ପାଇଁ ନିଜ ଦୁରୁଭାଗ ।
ଲଭିବା ଗତି ପାଇବା ସଉଭାଗ,
ସେବି ସେବି ତାଙ୍କ ପଦ ଦ୍ବୟ ।
ଆସିଲେ ସୀତା ରାମ ଲକ୍ଷ୍ମଣ,
ଧୀବର ହୋଇ ଧୋଇବା ଚରଣ ।
ସବରୀ ହୋଇ ବଛା ଫଳ ଖୁଆଇବା,
ତାଙ୍କ ଅଇଁଠା ପ୍ରସାଦ କରି ପାଇବା।
ଦୀପ ଆଳତୀରେ କରି ତାଙ୍କ ବନ୍ଦାଣ,
ଛୁଇଁ ତାଙ୍କ ଦିବ୍ୟ ଦୁଇ ପଦ୍ମ ଚରଣ ।
ଅଳି କରି କହିବା ହେ ମୋର ରାମ,
ଏ ପାପୀର ପାପ କର ପ୍ରଭୁ ନାଶନ।
ଦୀପାଳୀର ଆଲୋକରେ ପ୍ରଭୁ କର ଆଲୋକିତ,
ପ୍ରତି ଜୀବନେ ଥିବା ଅନ୍ଧକାର କର ଦୂରୀଭୂତ ।
ହେ ରଘୁନନ୍ଦନ ହେ କୌଶଲ୍ୟା ର ସୁତ,
ସଂସାରକୁ ରଖ ପ୍ରଭୁ ସଦା ଆନନ୍ଦିତ।
ଆସ ଆସ ସାଙ୍ଗ ସାଥି , ଭାଇ ବନ୍ଧୁ ପରିଜନ ,
ଦୀପାବଳି ଦିନ କରିବା ଆମେ ରାମଙ୍କ ବନ୍ଦନ ।
ପ୍ରତି ଜୀବନ ସଦା ସଦା ପାଉ ସୁଖ ସମ୍ମାନ ,
ହେ ପ୍ରଭୁ କରିବ ଏତିକି ପୂର୍ଣ୍ଣ ମନୋସ୍କାମ।
ଜୟ ରାମ ଜୟ ରାମ ଜୟ ରାଜୀବଲୋଚନ,
ଜୟ ରାମ ଜୟ ରାମ ଜୟ ପତିତପାବନ ।
ଦୀପାବଳି ର ଶୁଭେଚ୍ଛା ସହ ଅଭିନନ୍ଦନ,
ସାଙ୍ଗ ସାଥି ଘେନ ମୋର ବନ୍ଧୁ ପରିଜନ।
ଆମ ଇପ୍ସିସିତ ଅଭିଳାଷ ସେ ହିଁ ପୂରଣ କରିବେ,
ସେହି ରାମ ଦୁଃଖ କଷ୍ଟ ସଭି ଜନଙ୍କ ଋ ରିହିବେ।
ଜୟ ରାମ ଶ୍ରୀରାମ ଜୟ ଜୟ ରାମ ,
ଜୟ ରାମ ଶ୍ରୀରାମ ଦୁର୍ବାଦଳ ଶ୍ୟାମ।