STORYMIRROR

SUSMITA MISHRA

Fantasy

3  

SUSMITA MISHRA

Fantasy

ସୁନୀଲ ଶରତ ତୋଷୁଛି ଚିତ୍ତ

ସୁନୀଲ ଶରତ ତୋଷୁଛି ଚିତ୍ତ

1 min
213


ଆସିଲା ଆସିଲା ସୁନୀଲ ଶରତ ,

ଆକାଶ କୁ ଦେଖ ଦେଖ ତ ମିତ ,

ନୀଳ ଧଳା ରଙ୍ଗ ହୋଇ ମିଳିତ,

ଦିଶୁଛି କେଡେ ମନୋହର ତ। 


ମେଘେ ଚନ୍ଦ୍ରମା ଲୁଚକାଳି ଖେଳୁଛି ,

କଳା ଧଳା ଘୋଡାରେ ସିଏ ବୁଲୁଛି,

ଶାରଦୀୟ ଆକାଶେ ତେଜ ତାହାରି ,

ଦେଖ ତ ରୂପା ପରି କିପରି ଝଟକୁଛି।


ଦେଖ ଲୋ ମିତ,ଦେଖ ତ ସଙ୍ଗାତ,

ଧରଣୀ ରାଣୀ କି ସୁନ୍ଦର ଦିଶୁଛି ତ ,

ସବୁଜ ଶାଢୀରେ କାଇଁଶ ଧଳା ଧଡି,

କି ଶୋଭାବନ ଦେଖା ଯାଉଛି ତ !


ସୁନୀଲ ଶରତ ତୋଷୁଛି ତାଙ୍କ ଚିତ୍ତ,

ସୁନୀଲ ଶରତ ଆକାଶ ଦେଖି ତ ,

ଧରଣୀ ରାଣୀ ହୋଇ ବିଭୋରିତ ,

ଆବେଗ ଭରେ ତା ପ୍ରିୟ ସାଥେ ,

ଦୂର ଦିଗ ବଳୟେ ଯାଇ ହୁଏ ମିଳିତ।


ଶରତରେ ମାଆ ସିଂହ ପିଠିରେ ,

ଅଳତା ସିନ୍ଦୂର କଜ୍ଜଳ ନାଇରେ ,

ଚାରୁକଳାରେ ସଜ୍ଜିତ ମେଢରେ,

ଭକତକୁ ତାର ଆଶିଷ ଦେବା ପାଇଁରେ,

ବିରାଜିତ ହୋଇ ଥାଏରେ,ହୋଇ ଥାଏରେ।


ଦଶଭୁଜା ମାଆ ମହିଷା ମର୍ଦ୍ଦିନୀ,

ଦୁର୍ଗତି ନାଶିନୀ ସୁଖ ଦାୟିନୀ ,

ଦେଖି ମାଆ ର ଅଭୟ ହାତ ତ ,

ଦୂର ହୋଇଯାଏ ଭକତ ଦୁଃଖ ତ।


ନର ପଶୁପକ୍ଷୀ ଦେଖ ତରୁଲତା କୀଟ,

ସଭିଙ୍କ ମନ କେମିତି ହୁଏ ଉଚ୍ଚାଟ,

ଦେଖି ତାର ଲୋଭନୀୟ ଦୃଶ୍ଯ ତ,

ମନ ପ୍ରାଣ ହୋଇଯାଏ ଉତଫୁଲ୍ଲିତ।


ରୂପେଲି ଜୋଛନା ସୁନୀଲ ଶରତ,

ଜନ ମନକୁ କରି ଆକର୍ଷିତ,ଆକର୍ଷିତ,

ସଭିଙ୍କ ମନକୁ କରିଦେଇ ଆନନ୍ଦିତ, 

କିପରି ସୁନେଲୀ ଶରତ ତୋଷୁଛି ଚିତ୍ତ ,

ଦେଖ ମିତ ମଇତ୍ର ଦେଖ ଲୋ ସଙ୍ଗାତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy