STORYMIRROR

Satyabati Swain

Fantasy

3  

Satyabati Swain

Fantasy

ଉତୁରା ପେଜ

ଉତୁରା ପେଜ

1 min
205


ହୁଁ ସ୍ମୃତି ଗୁଡା ଏମିତି ପା

ଟିକେ ଉଖାରି ହୋଇଗଲେ

ହାବୁକା ହାବୁକା 

ନଳ କୂଅ ବସିବା ବେଳର

ପାଇପ ପାଣି ପରି

ବାହାରି ଆସିବ

ବତୁରେଇ ଦେବ ମନ

ଜୀବନ

ଟିକେ ଦରଜ ଦେବ

ମିଠା କିନ୍ତୁ ପାଟିରେ ଗୁଞ୍ଜିଦେଵ ପୁଳେ

ଅପାସୋରା ଅନୁଭବ।


ଖରାର ଧାସ

ପିଠି କରି ପୁଆଉ ଥିବା ବେଳେ

ଯଦି ହାବୁଡ଼େ ପଡିଗଲା 

ଭୋଗିଥିବା ଭାଗର ଜୀବନ

ଆଉ କଣ ଥୟ ହେବ

ଏ ଅମାନିଆଁ ହୃଦ !

ହୋଇଯିବ ଗଦ ଗଦ

ଛାତି ଚିରି 

ବାହାରି ଆସିବ

ଗଲା ଦିନର

ସାଇତା କଥା

ଢ଼ାଙ୍କୁଣୀ ଠେଲି ଉତୁରି ପଡିବ ପେଜ।


ତେଣିକି 

ଲେଖି ହେବନି

କେବଳ ଅନୁଭବ

ଭାସୁଥିବେ ଆଖି ଲାପ୍ ଟପ୍ ରେ

ଚାଟୁ ଥିବ ଲଟର ପଟର

ସ୍ୱାଦ ଯୁକ୍ତ ଭାଵ

କେତେ ପଛକୁ ଫେରି ଯାଉଥିବ ମନ

ଶରୀର କିନ୍ତୁ

ଠିଆ ହୋଇଥିବ ବର୍ତ୍ତମାନରେ

ଷ୍ଟାଚ୍ୟୁ ପରି

ଫେରି ପାରୁ ନଥିବ ସ୍ଥୂଳ ଶରୀର

ଫେରୁଥିବ କିନ୍ତୁ

ସୂକ୍ଷ୍ମ ମନ ଆତ୍ମା

ଶୁନ୍ ଶାନ୍ ପୃଥିବୀକୁ ଛୁଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy