STORYMIRROR

Prakash ranjan Swain

Action Fantasy Others

4  

Prakash ranjan Swain

Action Fantasy Others

କବି ର ଜୀବନ

କବି ର ଜୀବନ

2 mins
451

ତୁମେ କି ଜାଣିବ 

କେତେ କଷ୍ଟ ଥାଏ, 

କେତେ ବେଦନା ହୃଦୟରେ ଚାପି ହେଇଯାଏ 

ଯନ୍ତ୍ରଣାର କୋହରେ ଆଖି ବି ଚୁପ ହେଇଯାଏ 

ଗୋଟେ କବିର ଜୀବନ କେମିତି କଟିଥାଏ ।  (1)


        ହଁ 

ହସି ହସି ସିଏ ଦୁନିଆଁକୁ ହସାଏ 

ଠିକ ସେଇ ବିଦୁଷକ ପରି 

       କିନ୍ତୁ 

ତାର ଏଇ ମିଛ ହସ ତଳର 

ଦୁଃଖ ଭରା କାହାଣୀ କେହି ଜାଣିଛ 

କେବେ ଅନୁଭବ କରିବାକୁ ଚେଷ୍ଟା କରିଛ 

ଗୋଟେ କବିର ଜୀବନ କେମିତି କଟିଥାଏ ।  (2)


 ସମସ୍ତେ ତାଙ୍କର ପ୍ରତିଟି ଜୀବନ ଘଟଣାକୁ 

କଳ୍ପନାରେ ସ୍ମୃତି କରି ରଖିଦିଅନ୍ତି 

ଆଉ କିଛି ଭୁଲି ବି ଯାଆନ୍ତି 

    କିନ୍ତୁ 

ଗୋଟେ କବି କେବେ ଭୁଲି ପାରେନା 

ସିଏ ତାର ପ୍ରତିଟି କଳ୍ପନାକୁ ବାସ୍ତବର ରୂପ ଦିଏ 

     ଆଉ 

 ତାର ପ୍ରତିଟି ଜୀବନ ଘଟଣାକୁ ଶବ୍ଦ ଦେଇ 

କଲମ ମୁନରେ ଫରଦେ କାଗଜରେ 

କାଳି ଦେଇ ସଜେଇ ଦିଏ

ତୁମେ କି ଜାଣିଛ 

ଗୋଟେ କବିର ଜୀବନ କେମିତି କଟିଥାଏ ।  (3) 


କବି ପାଇଁ ତାର କବିତା 

ଠିକ ତାର ପ୍ରତିଛବି ପରି 

ଯେତେଦିନ କବି ବଞ୍ଚି ରହିଥିବ 

ତାର କବିତା ତା' ସହ ସେମିତି ଥିବ 

କେବେ ସେ କବିତା 

ଓଠରେ ହସ ଆଣିଦିଏ ତ !

ଆଉ କେବେ ବିନା ଫଗୁଣରେ 

ଦେହରେ ରଙ୍ଗ ମାଖିଦେଇ ଥାଏ 

ଆଉ ପୁଣି କେବେ କେବେ 

ଶ୍ରାବଣ ଧାରାରେ ସବୁ ରଙ୍ଗ ଧୋଇଦେଇ ଯାଏ

ତୁମେ କି ବୁଝିଛ 

ଗୋଟେ କବିର ଜୀବନ କେମିତି କଟିଥାଏ । (4)


ହଁ, ସିଏ ଶବ୍ଦ ଦିଏ

ଆଉ ଶତଚେଷ୍ଟା କରେ ବାସ୍ତବର ରୂପ ଦେବାକୁ 

ତାର ପ୍ରତିଟି କଳ୍ପନାକୁ 

ତାର ବାପାଙ୍କର ତ୍ୟାଗ ହେଉ 

ଅବା ମାଆର ସହନଶୀଳତା 

ସବୁକୁ ସିଏ ସଜେଇ ଦେଇଥାଏ 

ତାର ପ୍ରତିଲିପିର ପ୍ରତିଟି ପୃଷ୍ଠାରେ 

ତୁମେ କି ଜାଣିଛ 

ଗୋଟେ କବିର ଜୀବନ କେମିତି କଟିଥାଏ ।  (5)


ଜେଜେବାପା ଆଉ ଜେଜେମାଆ ର 

ସ୍ନେହ ଆଦର ହେଉ ଅବା 

ଭାଇ ଭଉଣୀଙ୍କର ଭଲପାଇବା ହେଉ 

ସବୁକୁ ସିଏ ସାଇତି ଦିଏ 

ରଙ୍ଗ ବେରଙ୍ଗର କାଳିରେ 

ତୋଳିଦିଏ ଅଭିନବ ମୂର୍ତ୍ତି 

ଆଙ୍କିଦିଏ ଅପରୂପ ଚିତ୍ର

କଳ୍ପନାର ଶ୍ରେଷ୍ଠ କାରିଗରୀରେ 

ତୁମେ କି ଜାଣିଛ 

ଗୋଟେ କବିର ଜୀବନ କେମିତି କଟିଥାଏ । (6)


ସିଏ ଆଙ୍କେ ତାର ବନ୍ଧୁର 

ମାନ ଆଉ ଅଭିମାନର ଦୃଶ୍ୟ 

ସବୁ ରାଗ ରୋଷର କାହାଣୀ 

ଆଉ ତୋଳିଦିଏ ବନ୍ଧୁତାର 

ଏକ ଅକ୍ଷୟ ସ୍ତମ୍ଭ 

ତାର କଲମର ମୁନରେ 

ତୁମେ କି ଜାଣିଛ 

ଗୋଟେ କବିର ଜୀବନ କେମିତି କଟିଥାଏ ।  (7)

  

ତାର ପ୍ରେମର ପ୍ରଥମ ଦେଖା ହେଉ 

ଅବା ତା' ସହ କାଟିଥିବା ପ୍ରତିଟି ମୁହୂର୍ତ୍ତ 

ତାକୁ ସ୍ୱପ୍ନରେ ନିଜର କରିବାର ଆଶା ହେଉ 

କି ତାର ସ୍ୱପ୍ନକୁ ବାସ୍ତବର ରୂପ ଦେବା ହେଉ 

ସେ ତାର ପ୍ରେମର ପ୍ରତିଟି ସ୍ମୃତିକୁ 

ଶବ୍ଦରେ ସଜେଇଦିଏ 

ତୁମେ କି ଜାଣିଛ 

ଗୋଟେ କବିର ଜୀବନ କେମିତି କଟିଥାଏ । (8)


     ହଁ 

ସିଏ ତୋଳି ଦେଇଛି 

କଲମ ମୁନରେ ବିନ୍ଦୁକୁ ସିନ୍ଧୁ କରି 

ଏଇ ପ୍ରକୃତି, ପାହାଡ଼, ବନଗିରି, ଆଉ ଝରଣା 

ଗଛ ଲତା ଠାରୁ ପଶୁ ପକ୍ଷୀ 

ସିଏ ସଭିଙ୍କୁ ବର୍ଣନା କରିଛି 

ତାର ଶବ୍ଦ ମାଧୁରୀରେ 

ତୁମେ କି ବୁଝିଛ 

ଗୋଟେ କବିର ଜୀବନ କେମିତି କଟିଥାଏ ।  (9)


ସିଏ ତାର ପ୍ରେମର ପ୍ରଥମ ଦେଖା 

ଆଉ ତାକୁ ନିଜର କରିବାର ସ୍ବପ୍ନକୁ ଲେଖିଥିଲା 

ଆଉ ଆଜି ବି ସିଏ ଲେଖିଛି 

ତା'ର ପ୍ରେମର ଛଳନା 

ତା ସହ ହେଇଥିବା ପ୍ରତିଟି ପ୍ରତାରଣା 

ତାକୁ ସିଏ ଛାଡି ଯିବାର କଷ୍ଟ 

ହୃଦୟର ସେଇ ଅଦେଖା କ୍ଷତ 

ଆଉ ଆଖି ତଳର ସେ ନିରବ ଲୁହ 

ତୁମେ କି ଜାଣିଛ 

ଗୋଟେ କବିର ଜୀବନ କେମିତି କଟିଥାଏ । (10)


ହଁ, ସିଏ ଲେଖିଛି 

ସେଇ ଅଦିନର ଅମାନିଆ ଝଡକୁ 

ତାର ସନ୍ତାପିତ ମନରେ 

ସଭିଙ୍କ ବିଚ୍ଛେଦର ସେଇ ଦାରୁଣ ଦୁଃଖକୁ 

ତୁମେ କି ଜାଣିଛ 

ଗୋଟେ କବିର ଜୀବନ କେମିତି କଟିଥାଏ । (11)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action