STORYMIRROR

Prakash ranjan Swain

Abstract Inspirational

3  

Prakash ranjan Swain

Abstract Inspirational

ଭାବର ବନ୍ଧନ

ଭାବର ବନ୍ଧନ

1 min
161

ସ୍ନେହ ପ୍ରେମ ଶ୍ରଦ୍ଧା ଭଲପାଇବାର

ପର୍ବ ଏଇ ରାକ୍ଷୀ ପୂର୍ଣିମା

ଭାବର ବନ୍ଧନ ପ୍ରେମର ବନ୍ଧନ

ରାକ୍ଷୀ ସୂତା ଖିଅର ଏଇ ଗାରିମା।


ଏ ପର୍ବ ତିଥିରେ ଭାଇର ହାତରେ

ବାନ୍ଧିଦିଏ ରାକ୍ଷୀ ଭଉଣୀ

ବାନ୍ଧିଦେଇ ରାକ୍ଷୀ ସୁରକ୍ଷାର ପ୍ରତିଶ୍ରୁତି

ଭାଇଠାରୁ ନିଏ ଭଉଣୀ।


ମାନେ ରଖେ ନାଇଁ ଭାଇର ହାତରେ

କେତେ ରାକ୍ଷୀ ବନ୍ଧା ହେଲା

ପ୍ରତି ରାକ୍ଷୀ ସହ ଗୋଟେ ପ୍ରତିଶ୍ରୁତି

ସୁରକ୍ଷାର ସବୁ ପ୍ରେମ ଭାର।


ଏ ରାକ୍ଷୀ ନୁହେଁ ସୂତା ଖିଅ ଟିଏ

ଏତ ଭାଇ ଭଉଣୀ ସମ୍ପର୍କର ପ୍ରତୀକ

ବନ୍ଧନ ନୁହେଁ ଏଇ ଏମିତି ସେମିତି

ଏତ ରାକ୍ଷୀର ଭାବର ବନ୍ଧନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract