STORYMIRROR

Prakash ranjan Swain

Abstract Fantasy

3  

Prakash ranjan Swain

Abstract Fantasy

ବାସ୍ତବ ଏକ ଅନୁଭବ

ବାସ୍ତବ ଏକ ଅନୁଭବ

1 min
151

ଜୀବନର ପ୍ରତିଟି ମୋଡରେ

ବାସ୍ତବ ସହ ଆମର ସାକ୍ଷାତ ହୁଏ

ସବୁ ରାତିର ସ୍ବପ୍ନକୁ ପଦାଘାତ କରି

ବାସ୍ତବ ଆମ ପାଖକୁ ଆସିଥାଏ ।

କେବେ ଫଗୁଣ ପରି ଆସି

ଆମର ଏଇ ରଙ୍ଗହୀନ ଜୀବନରେ

ରଙ୍ଗ ଭରିଦେଇ ଯାଏ ତ!

ଆଉ କେବେ ସିଏ

ଶ୍ରାବଣ ପରି ଆସି

ଆଖିକୁ ଛଳଛଳ କରିଦିଏ।

କିନ୍ତୁ, ବାସ୍ତବ ଆସେ

ଜୀବନର ପ୍ରତିଟି ମୋଡରେ

କାହିଁକିନା ବାସ୍ତବ କେବେ ସ୍ବପ୍ନ ନୁହେଁ

ଏହା ଏକ ଅନୁଭବ ଟିଏ

ଶରୀର କ୍ଳାନ୍ତ ହୋଇ

ରାତିର ଆଳରେ ଶୋଇଗଲା ପରେ

ହେଇପାରେ ସ୍ବପ୍ନ ଦେଖିବା

ବନ୍ଦ ଆଖିର ଧର୍ମ ହେଇପାରେ।

କିନ୍ତୁ ସବୁ ପରେ ବି

ବାସ୍ତବକୁ ଦିନେ ତାକୁ ଭେଟିବାକୁ ପଡ଼ିଥାଏ।

ବନ୍ଧୁତା ହଉ ଅବା ଶତ୍ରୁତା

ପ୍ରେମ ହେଉ କି ଘୃଣା

ଜୀବନର ସବୁ ସମ୍ପର୍କ ଶେଷରେ

ଏମିତି ଏକ ସମୟ

ଆସି ଦଣ୍ଡାୟମାନ ହେଇଥାଏ

ଯେଉଁଠାରୁ ଆମେ କେବେବି

ମୁହଁକୁ ଆଡେଇ ଦେଇ ପାରି ନଥାନ୍ତି।

ଆଉ ନା ଶତ ଚେଷ୍ଟା ପରେ ମଧ୍ୟ

ନିଜକୁ ଦୂରେଇ ରଖି ପାରନ୍ତି।

କାହିଁକିନା ବାସ୍ତବ କେବେ ସ୍ବପ୍ନ ନୁହେଁ

ଏହା ଏକ ଅନୁଭବ ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract