STORYMIRROR

Prakash ranjan Swain

Abstract Fantasy Others

3  

Prakash ranjan Swain

Abstract Fantasy Others

କବିତା

କବିତା

1 min
177

କବିତା କେବେ ନୁହେଁ କିଛି ଶବ୍ଦର ସମାହାର

କବିତା କେବେ ନୁହେଁ ଏକ ସୁରିଲା ଝଙ୍କାର 

କବିତା କେବେ କବିର ଅନନ୍ୟ ସୃଷ୍ଟି

ଆଉ କେବେ କବିତା ସାଜେ କବିର ପ୍ରୀତି l


କେବେ କବିତା କବି ଭିଜା ଆଖିର ଦୁଇ ଟୋପା ଲୁହ

କେବେ କବିତା କବି ଓଠର ହସର ସୁଅ 

କେବେ କବିତା କବିର ମନରେ ଅଶାନ୍ତ ଝଡ଼ର ସୂଚନା

କେବେ କବିତା କବି ହୃଦୟର କିଛି ବିଡମ୍ବନା l


କେବେ କବିତା କବି ମନର ପ୍ରତିଛବି

କେବେ କବିତା ଝରି ଯାଉଥିବା ସ୍ମୃତିର ନଦୀ

କେବେ କବିତା ଫଗୁଣର ପ୍ରେମ ରଙ୍ଗ

କେବେ କବିତା ଶ୍ରାବଣର ଅମାନିଆ ଝଡ଼ l


କେବେ କବିତା ବୈଶାଖର କାଳ ବୈଶାଖୀ

କେବେ କବିତା ଅସହ୍ୟ ଝାଞ୍ଜିର ତାତି

କେବେ କବିତା ପ୍ରେମର ପ୍ରୀତି ପରସ

କେବେ କବିତା ପ୍ରିୟାର ମିଠା ମିଠା ହସ l


କେବେ କବିତା ମୋ ପ୍ରିୟା ଦେହରେ

ମୋ ପ୍ରିୟ ରଙ୍ଗର ପୋଷାକ

କେବେ କବିତା ମୋ ଜୀବନର ବଣିକ

କେବେ କବିତା ମନର କ୍ଷତକୁ ସାଜେ ମଲମ l


କେବେ କବିତା ଜୀବନ ନାବକୁ କାତ

କେବେ କବିତା ଦିଗହରା ପଥିକର ଆସରା 

କେବେ କବିତା ଶୂନ୍ୟ ମରୁଭୂମିରେ ସାହାରା l


କେବେ କବିତା କବିର ହୃଦୟ ବେଦନା

କେବେ କବିତା ବୀରତ୍ୱର ଦିଏ ସୂଚନା

କେବେ କବିତା ପ୍ରୀତିପୁରର ଗୋଲାପ

କେବେ କବିତା ପ୍ରିୟା ସାଥେ ମିଠା ଆଳାପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract